ବାତ୍ୟା ମନ୍ଥା ବର୍ଷା ପବନରେ ଧାନ ଓ ପନିପରିବା ଫସଲ ନଷ୍ଟ, ମୁଣ୍ଡରେ ହାତଦେଇ ବସିଛି ଚାଷୀ
ଭାପୁର, ୩୦/୧୦ (ବିଭୂତି ମହାପାତ୍ର) ବାତ୍ୟା ମନ୍ଥା ବର୍ଷା ପବନରେ ଭାପୁର ବ୍ଲକ ଅଞ୍ଚଳରେ ଧାନ ଫସଲ ନଷ୍ଟ ହୋଇଛି. ଫଳରେ ଚାଷୀ ମୁଣ୍ଡରେ ହାତଦେଇ ବସିଛି. ବାତ୍ୟା ମନ୍ଥା ପ୍ରଭାବରେ ତୁହାକୁ ତୁହା ଲଗାଣ ବର୍ଷା ସାଙ୍ଗକୁ ହାଲକା ପବନ ଚାଷୀର ମେରୁହାଡ଼ ଭାଙ୍ଗିଦେଇଛି. ଭାପୁର ବ୍ଲକ ଅଞ୍ଚଳରେ ଅଧାରୁ ଅଧିକ ଚାଷ ଜମିରେ ଧାନ ସବୁ ଫୁଲ ଉଡାଉଛି. ବର୍ଷା ପବନ ଯୋଗୁଁ ଧାନ ଗଛସବୁ ବିଲରେ ଲୋଟିଛି. ଧାନ ଗଛ ଗୁଡିକ ବିଲରେ ପଡିଯାଇଥିବାରୁ ସେଗୁଡିକ ଅଗାଡି ହୋଇଯିବାର ସମ୍ଭାବନା ଦେଖାଦେଇଛି. ଏଥିସହିତ ଯେଇଁ ଖାଲ ଜମି ଗୁଡିକରେ ପାଣି ଭରି ରହିଛି ସେହି ଜମିରେ ପଡିଯାଇଥିବା ଧାନ ଗଛସବୁ ପାଣିରେ ଭାସୁଥିବାରୁ ପଚି ଯିବାର ଆଶଙ୍କା ବୃଦ୍ଧି ପାଇଛି. ଚଳିତ ବର୍ଷ ରୁଆରୁଇ ବିଳମ୍ବରେ ହୋଇଥିବା ବେଳେ ୟୁରିଆ ସାର ଅଭାବ ପାଇଁ ଚାଷୀ ହନ୍ତସନ୍ତ ହୋଇଥିଲା. ଏବେ ବାତ୍ୟା ଜନିତ ବର୍ଷା ପବନରେ ଧାନ ଫସଲ ନଷ୍ଟ ହେବାକୁ ବସିଥିବାରୁ ମୁଣ୍ଡରେ ହାତଦେଇ ବସିଛି. ଅଦିନିଆ ଲଗାଣ ବର୍ଷା ଯୋଗୁଁ କୋବି, ଟମାଟ, ବାଇଗଣ, ଵିମ ଆଦି ଫସଲ ନଷ୍ଟ ହେବାର ସମ୍ଭାବନା ଦେଖାଯାଉଛି. ତୁରନ୍ତ ଫସଲ ନଷ୍ଟ ହୋଇଥିବା ଚାଷୀ ମାନଙ୍କୁ ଚି଼ହ୍ନଟ କରି କ୍ଷତି ପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି ।
ମଣିଭଦ୍ରା ବିଶ୍ଵଶାନ୍ତି, ଭାପୁର


إرسال تعليق