BREAKING
Loading...
:

ପଞ୍ଚଭୂତରେ ବିଲିନ ହେଲେ ବିଶିଷ୍ଟ ସମାଜସେବି ଦୁଲାରାମ ସରେନ । ସାରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଠି ।

 ପଞ୍ଚଭୂତରେ ବିଲିନ ହେଲେ ବିଶିଷ୍ଟ ସମାଜସେବି ଦୁଲାରାମ ସରେନ । ସାରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଠି ।

  



 ଖୁଣ୍ଟା ଏବଂ ବଡସାହି ବ୍ଲକର ସୀମାନ୍ତ ଅଞ୍ଚଳ ଖାନୁଆ ଗ୍ରାମପଞଚାୟତ ଅଧୀନ ଧାନଶୁଳା ଗ୍ରାମର ଦୁଲାରାମ ସରେନ ଙ୍କ ବିୟୋଗରେ ଖୁବ ଗଭୀର ଶୋକାକୁଳ ପରିବେଶ ସୃଷ୍ଠି ହୋଇଥିଲା । ସ୍ବର୍ଗତ ସରେନ ଏକାଧାରରେ ଜଣେ ମିଷ୍ଟଭାଷୀ,ପରୋପୋକାରି, ବିଶିଷ୍ଟ ସମାଜସେବୀ, ସାଂସ୍କୃତିକ ଗୀତିକାର,ନାଟ୍ୟକାର,ଦୟାଳୁ ଏବଂ ସରଳ ସ୍ୱଭାବର ମହାନ ବ୍ୟକ୍ତିତ୍ବ ଥିଲେ । ସାନ୍ତାଳୀ ସମାଜର ବାହା/ ମା ମଣେ ସାଂସ୍କୃତିକ ଅନୁଷ୍ଠାନ ଗୁଡିକରେ ଭଜନ କୀର୍ତ୍ତନ ପରିବେଶଣ କରିବାରେ ବେଶ ସୁପରିଚିତ ଥିଲେ । ଯୁବାବସ୍ଥାରେ ବିଭିନ୍ନ ସାନ୍ତାଳୀ ନାଟକରେ ବେ ଗ୍ରାଉଣ୍ଡ ଗୀତିକାର ଭାବରେ ସୁନାମ ଅର୍ଜନ କରିଛନ୍ତି। ସମାଜର ସଂସ୍କୃତିକ ବିକାଶ ଦିଗରେ ତାଙ୍କର ବହୁତ ଆଶା ଏବଂ ସପ୍ନ ଥିଲା । କିନ୍ତୁ ଅକାଳ ବିୟୋଗ ରେ ତାଙ୍କର ସପ୍ନ ଅଧା ରହିଗଲା ।ଦିଗରେ ସେ ଭାରତ ସରକାରଙ୍କ BSNL ଭୁବନେଶ୍ବର ରୁ 2014 ମସିହାରେ ଅବସର ଗ୍ରହଣ କରିଥିଲେ ।BSNL ରେ ଯୋଗ ଦେବା ପୁର୍ବରୁ ସେ କିଛି ଦିନ ପାଇଁ ଜଣେ ସରକାରୀ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ ।ଦୀର୍ଘଦିନ ଧରି ସେ ଶ୍ୱାସ ରୋଗରେ ଆକ୍ରାନ୍ତ ଥିଲେ । ବିଗତ ପାଞ୍ଚ ବର୍ଷ ହେବ ସେ ତାଙ୍କର ଜନ୍ମମାଟି ଧାନଶୁଳା ଗ୍ରାମରେ ରହି ଆସୁଥିଲେ । ତାଙ୍କର ଦୁଇ ଜଣ ପୁତ୍ର ସନ୍ତାନ ଅଛନ୍ତି । ବଡ ପୁଅ ସେଲ ବୋକାରୋ ରେ ଇଂଜିନିୟର ଭାବରେ କାମ କରୁଥିଲେ । ଦେହ ଅସୁସ୍ଥ ପାଇଁ ଏବେ ନିଜ ଘରେ ଅଛନ୍ତି । ସାନ ପୁଅ କମ୍ପୁଟର ଇଂଜିନିୟର, ନିଯୁକ୍ତି ଅନ୍ୱେଷଣରେ ଅଛନ୍ତି ।  ମୃତ୍ୟୁ ବେଳକୁ ତାଙ୍କର 71 ବର୍ଷ ବୟସ ହୋଇଥଲା । ସାମାଜିକ ରୀତନୀତି ଅନୁସାରେ ବନ୍ଧୁ ପରିଜନ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ଶୋକାକୁଳ ପରିବେଶ ଭିତରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି ।ଏଭଳି ଜଣେ ଶୁଭଚିନ୍ତକ ମହାନ ବ୍ୟକ୍ତିତ୍ବ ସମସ୍ତ ଙ୍କ ନିକଟରେ ଚିରସ୍ମରଣୀୟ ହୋଇ ରହିବେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS