BREAKING
Loading...
:

ବ୍ଲକ ସ୍ତରୀୟ ପୋଷଣ ମାସ ପାଳନ

 ବ୍ଲକ ସ୍ତରୀୟ ପୋଷଣ ମାସ ପାଳନ 



ରିଆମାଳ,  –

ମହିଳା ଓ ଶିଶୁ ବିକାଶ ବିଭାଗ ରିଆମାଳ ର ଆନୁକୂଳ୍ୟରେ ଓ ସିଡିପିଓ ସୁପ୍ରଭା ମିଶ୍ର ଙ୍କ ତତ୍ୱାବଧାନରେ, ବ୍ଲକ ସ୍ତରୀୟ ପୋଷଣ ମାସ ପାଳନ–୨୦୨୫ ବିଇଓ କାର୍ଯ୍ୟାଳୟ ପରିସର ରିଆମାଳ ରେ ଉତ୍ସାହ ଓ ଉଲ୍ଲାସ ମଧ୍ୟରେ ପାଳିତ ହେଲା।

ଏହି କାର୍ଯ୍ୟକ୍ରମରେ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଶିକ୍ଷକମାନେ ମଧ୍ୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ନିବନ୍ଧ ଲେଖନ, ବାଦ ବିବାଦ ଓ ଚିତ୍ରାଙ୍କନ ବିଷୟରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଚାରକ ଭାବେ ଉପସ୍ଥିତ ଥିଲେ ଶ୍ରୀମତୀ ଗୀତାଞ୍ଜଳି ଭୋଇ, ଶ୍ରୀ ଦେବେନ୍ଦ୍ର ସାହୁ ଓ ଶ୍ରୀ ମେଘରାଜ ନିର୍ମଳକର। କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ସମ୍ମାନ ପତ୍ର ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ CRCC ନାଉଳିପଡ଼ା ଶ୍ରୀ ବସନ୍ତ କୁମାର ସୁନା ଓ CRCC ବୁଡିଦୋ ଶ୍ରୀ ବସନ୍ତ କୁମାର ବେହେରା।

ସମସ୍ତ କାର୍ଯ୍ୟକୁ ସଫଳ କରାଇଥିଲେ ABEO-cum-BRCC ଶ୍ରୀମତୀ ବନିତା ବେହେରା ଓ ABEO ଶ୍ରୀ ମହେଶ୍ୱର ବେହେରା |

ଶେଷରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କାଲୋ  ସମସ୍ତ ଅଧିକାରୀ, CRCC, ଶିକ୍ଷକ ଓ ଅଂଶଗ୍ରହଣ କାରୀ ଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମ ଶେଷ କଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS