BREAKING
Loading...
:

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ

 *କ୍ଲଷ୍ଟର ସ୍ତରୀୟ  ଶିଶୁ ମହୋତ୍ସବ ସୁରଭି ଉଦଯାପିତ*



କୋରାପୁଟ

କୋରାପୁଟ ଶିକ୍ଷା ବ୍ଲକ୍ ଅନ୍ତର୍ଗତ ପୋଲିସ କ୍ଲଷ୍ଟରରେ ଆଜି ସୁରଭି ଅନୁଷ୍ଠିତ ହୋଇଯାଇଛି। କ୍ଲଷ୍ଟର ଅନ୍ତର୍ଗତ ୧୨ ଟି ବିଦ୍ୟାଳୟରୁ ୧୩୨ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ।ଉଦଯାପନୀ ଉତ୍ସବରେ କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହ ଉତ୍ସାହିତ ମଧ୍ୟ କରିଥିଲେ।ଉଦଘାଟନୀ ଉତ୍ସବରେ ବାଳିକା ଶିକ୍ଷା ସଂଯୋଜକ ଶୁଭେନ୍ଦୁ ବାରିକ ସ୍ଵତନ୍ତ୍ର ଅତିଥି ରୂପେ ଯୋଗ ଦେଇଥିବା ବେଳେ ସିଆରସିସି ପ୍ରଦୀପ କୁମାର ପାତ୍ର ଏହି କାର୍ଯ୍ୟକ୍ରମର ଆୟୋଜନ ଏବଂ ପରିଚାଳନା କରିଥିଲେ।କନିଷ୍ଠ ଓ ବରିଷ୍ଠ ବିଭାଗରେ ବକ୍ତୃତା,ବିତର୍କ,ବକ୍ତୃତା,କୁଇଜ୍,ସଙ୍ଗୀତ,ଚିତ୍ରାଙ୍କନ, ସୃଜନାତ୍ମକ ଲିଖନ,ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିବା ଜଣାପଡିଛି।ସେହିପରି ରେଲିକୁମ୍ଭା କ୍ଲଷ୍ଟର ସିଆରସିସି ହର ପ୍ରସାଦ ମିଶ୍ର ସରକାରୀ ଉଚ୍ଚ ବିଦ୍ୟାଳୟ,ଦଳେଇପୁଟ ସିଆରସିସି ସୁବୋଧ ମାଝୀ ଦଲେଇପୁଟ ବିଦ୍ୟାଳୟ,ଛପର ସିଆରସିସି ବାସୁଦେବ ଦାସ ଛପର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଘୋଡ଼ାଦୋରା ସିଆରସିସି  ଜ୍ୟୋତି ପାଢ଼ୀ ଘୋଡ଼ାଦୋରା ଠାରେ  କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆୟୋଜନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ  ସଂଯୁକ୍ତା ଖରା,ପ୍ରତିମା ପଣ୍ଡା,ସୁଭ୍ରାରାଣୀ ପ୍ରଧାନ, ରୀନା ଦାସ,ସୁଧାକର ସେଠି,ଭଗବାନ ଦାସ ଏବଂ ଅନ୍ୟ ଶିକ୍ଷକ ବୃନ୍ଦ ସହଯୋଗ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS