ରାଷ୍ଟ୍ରୀୟ ମହିଳା କିସାନ ଦିବସ ପାଳିତ l
ସ୍ଥାନୀୟ ସଦଭlବନା ଗୃହ ଠାରେ ରାଷ୍ଟ୍ରୀୟ ମହିଳା କିସାନ ଦିବସ ଉପଲକ୍ଷେ ଏକ କର୍ମଶାଳା ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରଗତି ଓ ଜିଲ୍ଲା ପ୍ରଶାସନ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ପାଳ ତପନ କୁମାର ନାୟକ ଯୋଗଦେଇ ଏହି କାଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ ଅନ୍ୟନିମନ୍ତ୍ରିତ ଅତିଥି ମାନେ ଯୋଗଦେଇ ଆଜିର ଦିବସ ର କାଯ୍ୟ କ୍ରମ ଉପରେ ଆଲୋକପାତ କରିଥିଲେ l ବିଶେଷ କରି ମହିଳା ମାନେ କିପରି କୃଷି କ୍ଷେତ୍ରରେ ନିଜେ ସ୍ୱାବଲମ୍ବୀ ହେବା ସହ ଆର୍ଥିକ କ୍ଷେତ୍ରରେ ଅଗ୍ରସର ହେବେ ସେଥିପାଇଁ ସରକାରୀ କ୍ଷେତ୍ରଠୁ ଆରମ୍ଭ କରି ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡିକ ଅଗ୍ରସର ହେବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା ଏହି ଦିନିକିଆ କର୍ମଶାଳା ରେ ବିଭିନ୍ନ ବିଭାଗ ର ବରିଷ୍ଠ ପଦାଧିକାରୀ ସମେତ ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ଆସିଥିବା ଗ୍ରାମୀଣ ସ୍ୱାବଲମ୍ବୀ ମହିଳା ମାନେ ଯୋଗ ଦେଇଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment