BREAKING
Loading...
:

ଅଫେରା ରାଇଜକୁ ଚାଲିଗଲେ ଚଳଚ୍ଚିତ୍ର ଅଭିନେତା ସଚି ପଣ୍ଡା

 ଅଫେରା ରାଇଜକୁ ଚାଲିଗଲେ ଚଳଚ୍ଚିତ୍ର ଅଭିନେତା ସଚି ପଣ୍ଡା 


ଗଣିଆ (ମଣିଭଦ୍ରା ଖବର) ଓଡ଼ିଆ ଚଳଚିତ୍ର ଜଗତର ଆଉ ଜଣେ ପ୍ରତିଷ୍ଠିତ କଳାକାର ସଚି ପଣ୍ଡା ଙ୍କର( ୮୦ ) ଆଜି ସକାଳ ୭ ଟା ୩୦ ମିନିଟ ସମୟରେ ନୀଳାଚଳ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି |ଜଣେ ଚରିତ୍ର ଅଭିନେତା ଭାବେ ସେ ଅନେକ ଚଳଚିତ୍ର, ସିରିୟାଲ, ଭଜନରେ ଅଭିନୟ କରିଥିଲେ । ତାଙ୍କ ଅଭିନୟର ଯାଦୁରେ ସେ ସମସ୍ତଙ୍କୁ ବାନ୍ଧି ପାରିଥିଲେ । ତାଙ୍କ ଘର ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଢୋଲମରା ଗ୍ରାମରେ । ଜଗନ୍ନାଥ ତାଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ ଓ ତାଙ୍କ ପରିବାରକୁ ଧୈର୍ଯ୍ୟ ଦିଅନ୍ତୁ। ସେ ଗଣିଆର ଅନେକ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ଥିବା ବେଳେ ଗଣିଆ ବ୍ଳକ କଳାକାର ସଂଘ ତରଫରୁ ଅମର ଆତ୍ମାର ସଦଗତି କାମନା କରାଯାଇଛି । ଅଭିନେତା ଗିରିଶ କୁମାର ମିଶ୍ର, ନାଟ୍ୟକାର ବିଜୟ ରାଉଳ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । 

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS