*ଆର୍ଯ୍ୟ ସମାଜର ପ୍ରୟାସରେ ପ୍ରଥମ ଥର ପାଇଁ ଭାରତୀୟ ମୁଦ୍ରା ଉପରେ ଗାୟତ୍ରୀ ମନ୍ତ୍ର ଅଙ୍କିତ ହେବ।*
ମୋଦି ସରକାର ଆର୍ଯ୍ୟ ସମାଜର ୧୫୦ତମ ସ୍ଥାପନା ବର୍ଷିକୀ ଉପଲକ୍ଷେ ଏକ ବିଶେଷ ସ୍ମାରକ ମୁଦ୍ରା ଜାରି କରିବାକୁ ଯାଉଛନ୍ତି। ଏହି ମୁଦ୍ରାରେ ଦେବନାଗରୀ ଲିପିରେ ଗାୟତ୍ରୀ ମନ୍ତ୍ର ଅଙ୍କିତ ହେବ। ଏକ ଅଧିକୃତ ଅଧିସୂଚନାରେ କୁହାଯାଇଛି ଯେ, ଆର୍ଯ୍ୟ ସମାଜର ୧୫୦ ବର୍ଷ ପୂର୍ତ୍ତି ଅବସରରେ ₹୧୫୦ ମୂଲ୍ୟର ଏକ ବିଶେଷ ମୁଦ୍ରା ଜାରି କରାଯିବ।
ମୁଦ୍ରାର ମଧ୍ୟଭାଗରେ ଅଶୋକ ସ୍ତମ୍ଭର ସିଂହ ଶିରୋଭାଗ ଅଙ୍କିତ ହେବ ଏବଂ ତାହାର ତଳେ “ସତ୍ୟମେବ ଜୟତେ” ଲିଖିତ ହେବ। ବାମ ପଟରେ ଦେବନାଗରୀ ଲିପିରେ “ଭାରତ” ଏବଂ ଡାହାଣ ପଟରେ ଇଂରାଜୀରେ “INDIA” ଲେଖା ହେବ। ସିଂହ ଶିରୋଭାଗ ତଳେ ରୁପିର ପ୍ରତୀକ ‘₹’ ଏବଂ ତାହାର ମୂଲ୍ୟ “150” ଅଙ୍କିତ ହେବ।
ମୁଦ୍ରାର ପଛପଟର ମଧ୍ୟଭାଗରେ ଆର୍ଯ୍ୟ ସମାଜର ୧୫୦ ବର୍ଷ ପୂର୍ତ୍ତି ପ୍ରତୀକ ଚିହ୍ନ ଥିବ । ଏହାର ଉପର ପାର୍ଶ୍ୱରେ ଦେବନାଗରୀ ଲିପିରେ ଏକ ଶିଳାଲେଖ ଓ ତଳ ପାର୍ଶ୍ୱରେ ଇଂରାଜୀରେ “ଆର୍ଯ୍ୟ ସମାଜ 150 ବର୍ଷ ସମାରୋହ” ଲେଖା ରହିବ । ପ୍ରତୀକ ଚିହ୍ନର ବାମପଟେ ଅନ୍ତର୍ଜାତୀୟ ସଂଖ୍ୟାରେ ବର୍ଷ “1875” ଏବଂ ଡାହାଣପଟେ “2025” ଅଙ୍କିତ ହେବ । ଦେବନାଗରୀ ଲିପିରେ ଗାୟତ୍ରୀ ମନ୍ତ୍ରର ପ୍ରଥମ ଅଂଶ ହିନ୍ଦୀ ଲେଖା ତଳେ ଏବଂ ଦ୍ୱିତୀୟ ଅଂଶ ଇଂରାଜୀ ଶିଳାଲେଖ “ଆର୍ୟ ସମାଜ 150 ବର୍ଷ ସମାରୋହ” ଉପରେ ଅଙ୍କିତ ହେବ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق