କାର୍ତ୍ତିକ ମାସ ପାଇଁ ପରିବାଦର ଉପରମୁଁହା
ବାଲେଶ୍ୱର, -:ଏବେ ପବିତ୍ରମାସ କାର୍ତ୍ତିକ ମାସ ଚାଲିଛି l ପ୍ରାୟତଃ 95 ପ୍ରତିଶତ ଲୋକେ ଆମିଷ ଠାରୁ ଦୂରରେ ରହୁଛନ୍ତି l ଏହି ସୁଯୋଗ ନେଇ ଏବେ ପରିବା ବ୍ୟବସାୟୀ ମାଲେମାଲ ହେଉଛନ୍ତି l ମନଇଚ୍ଛା ଦରରେ ପରିବା ବିକୁଛନ୍ତି l 80/100ତଳକୁ ପରିବା ଦାମ ଖସୁନି l ଯାହାଦ୍ଵାରା ଜଣେ ସ୍ୱଳ୍ପଆୟ ପରିବାର ନାହିଁ ନ ଥିବା ହଇରାଣ ହେଉଛନ୍ତି l ସରକାରୀ ସ୍ତରରେ ବଜାର ଦର ନିୟଂତ୍ରଣ ଓ ପରିବା ବ୍ୟବସାୟୀ ମାନଙ୍କୁ ସରକାରୀ ନିର୍ଦ୍ଧାରିତ ଦରରେ ପରିବା ବିକିବା ପାଇଁ ନିୟମାବଳୀ ଲାଗୁହେବା ଅବଶ୍ୟକ l ଯାହା ଫଳରେ ବ୍ୟବସାୟୀ ମାନେ ମନମାନୀ କରିପାରିବେ ନାହିଁ l ଏହି ନିୟମ ନୂତନ ସରକାର ଯଥାଶୀଘ୍ର କାର୍ଯ୍ୟକାରୀ କରିବା ଆବଶ୍ୟକ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق