BREAKING
Loading...
:

ଆରମ୍ଭ ହେଲା ବୃତ୍ତଂଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ । ଗମ୍ଭାରିଗଣ୍ଡା ଜଂଗଲ ରୁ ଗଛକଟା ଆରମ୍ଭ ।

 ଆରମ୍ଭ ହେଲା ବୃତ୍ତଂଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ  ।


ଗମ୍ଭାରିଗଣ୍ଡା ଜଂଗଲ ରୁ ଗଛକଟା ଆରମ୍ଭ ।



ଦଶପଲ୍ଲା : - ( ମଣିଭଦ୍ରା ଖବର) ରାଜ୍ୟରେ ବି ଜେ ଡି ଶାସନ ସମୟରେ ବୃତ୍ତଂଗ ଜଲସେଚନ ପ୍ରକଳ୍ପ କୁ ଥୋପକରି ବି ଜେ ଡି ର ସ୍ଥାନୀୟ ନେତା ନିର୍ବାଚନୀ ବୈତରଣୀ ପାର୍ ହେଉଥିବାବେଳେ , ଏବେ ରାଜ୍ୟରେ ବି ଜେ ପି ସରକାର ଆସିବା ପରେ ,ବହୁ ପ୍ରତିକ୍ଷୀତ  ବୃତ୍ତଂଗ ପ୍ରକଳ୍ପ କାର୍ଯ୍ୟ  ଆଗକୁ ବଢ଼ିଛି ।  ପ୍ରକଳ୍ପ ନିମନ୍ତେ ପ୍ରଥମେ ସ୍ପିଲ୍ ୱେ ବା ଜଳ ନିଷ୍କାସନ ଦ୍ବାର ନିର୍ମାଣ  ପାଇଁ , ସେହି ସ୍ଥାନକୁ ପରିଷ୍କାର କରିବା ନିମନ୍ତେ କାର୍ଯ୍ୟ ଆରମ୍ଭହୋଇଛି। ଗମ୍ଭାରିଗଣ୍ଡା ପିଆରଏଫ୍‌ରୁ ଗଛକଟା  ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରତିବନ୍ଧକ ଉଠିଛି  । ପ୍ରକଳ୍ପର  ଅଗ୍ରଗତି ନେଇ ପ୍ରଶାସନିକ ସ୍ତରରେ  କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ପରିବାର ଉପଯୁକ୍ତ ଥଇଥାନ  ଓ ଭିଟାମାଟି ହରାଇବା ପୂର୍ବରୁ ସମସ୍ତ ସୁବିଧା ସୁଯୋଗ ପାଇବେ ସେଥିପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି  ।  ପ୍ରକଳ୍ପ ନିମନ୍ତେ ପ୍ରଥମେ ସ୍ପିଲ୍  ୱେ ବା ଜଳ ନିଷ୍କାସନ ଦ୍ବାର ନିର୍ମାଣ କରାଯିବ   ।  ଏଥିପାଇଁ ଆବଶ୍ୟକ ସ୍ଥାନକୁ ପରିଷ୍କାର ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଛି। କୁଲୁରୁକୁମ୍ପା ପଞ୍ଚାୟତର ପାମ୍ପରେଡ଼ା ନିକଟସ୍ଥ ଗମ୍ଭାରିଗଣ୍ତା ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ର ଅକ୍ଷାଂଶ: ୨୦.୩୯୦୯୯୨

ଦ୍ରାଘିମା: ୮୪,୬୭୪୬୦୨ ଉଚ୍ଚତା: ୧୭୨:୦୩+୧୯.୨ ମିଟର ସଠିକତା: ୧.୬ମି (ପିଆରଏଫ୍)ରେ  ସ୍ପିଲ୍ ୱେ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବାରୁ ଉକ୍ତ ସ୍ଥାନରୁ ରୁ ଗଛକଟା ଆରମ୍ଭ ହେବ  । ସ୍ଥାନୀୟ ଅଧିବାସୀ ଯେଭଳି କଟାଯିବା ଗଛର ଉଚିତ ପ୍ରାପ୍ୟ  ପାଇବେ  ( ଭି ଏସ ଏସ ) ସେନେଇ ପ୍ରଶାସନ ବ୍ୟବସ୍ଥା ଆରମ୍ଭ ହୋଇଛି  ।  ଗ୍ରାମର ମା' ଜଳାବାନ୍ଦେରୀ ବନ ସୁରକ୍ଷା ସମିତି କୁ ଗତ ୧୩ ତାରିଖରେ ବନବିଭାଗ ଭାଗ ପକ୍ଷରୁ ପ୍ରମାଣପତ୍ର ବା ଭି ଏସ୍ଏସ୍ ପଟ୍ଟା  ପ୍ରଦାନ କରାଯାଇଛି। ବନଖଣ୍ଡ ଅଧିକ ଅଧିକାରୀ ଦେବାର୍ଜନ ବେହେରା ଉପସ୍ଥିତ ରହି ଗ୍ରାମବାସୀ ଓ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ପଟ୍ଟା ପ୍ରଦାନ କରି ରିଛନ୍ତି। ଯାହାଦ୍ୱାରା ସରକାରୀ ନିୟମ ଅନୁଯାୟୀ କଟାଯିବା ଗଛର ର‌ୟାଲିଟି ଉକ୍ତ ଭିଏସ୍ଏସ୍ ପାଇବା ସହଜ ହେବ । 

ଅନ୍ୟମାନଙ୍କ ମଧ୍ୟରେ ଏସିଏଫ୍ ହିମାଂଶୁ ଶେଖର ମୁଦୁଲି, ବନାଞ୍ଚଳ ଅଧିକାରୀ ଶ୍ରୀନିବାସ ଦାଶ, ବନପାଳ ରାକେଶ କୁମାଇ କୁମାର ସାହୁ, ଆଲୋକ କୁମାର ଗୁରୁ, ବନ ଉନ୍ନୟନ ନିଗମର ଡିଏମ୍ ରୁଦ୍ରମଣୀ ସାହୁ, ଡିଡିଏମ୍ ଆଦିତ୍ୟ କୁମାର ମିଶ୍ର, ଏସ୍‌ଡିଏମ୍ ସୌରେନ୍ କୁମାର ମହାଲିକ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପାର୍ଶ୍ବରେ ଉକ୍ତ ଜଙ୍ଗଲରୁ ଗଛକଟା ନିମନ୍ତେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ଦାଶ କହିଛନ୍ତି। ସ୍ପିଲ୍  ୱେ ନିର୍ମାଣ ନିମନ୍ତେ ଫାଇନାଲ୍ ଡିଜାଇନ୍ ଆସିନଥିବା ବେଳେ ଏହା ଆସିବା ପରେ ଏଥିରେ କେତୋଟି ଜଳ ନିଷ୍କାସନ ଦ୍ବାର ବା ଗେଟ୍ ରହିବ ତାହା ଜଣାପଡ଼ିବ ବୋଲି ବୃତ୍ତଙ୍ଗ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରକାଶ ପ୍ରଧାନ କହିଛନ୍ତି।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS