ଆସନ୍ତା ୭ ତାରିଖ ଭାଦ୍ରବ ପୂର୍ଣ୍ଣିମା ଅବସରରେ ଚନ୍ଦ୍ରଗ୍ରହଣ ହେବ। ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତିର ଆୟୋଜନ କରାଯିବ। ମହାପ୍ରଭୁଙ୍କ ନୀତିକାନ୍ତି ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ନୀତି ନିର୍ଘଣ୍ଟ ପାଇଁ ସ୍ଥିର ହୋଇଯାଇଛି।*
*ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୭ ତାରିଖ ଦିନ ୧୨ଟା ସୁଦ୍ଧା ନୀତିନିର୍ଘଣ୍ଟ ଶେଷ କରାଯିବ। ଏହା ପରେ ୧୨ଟା ୫୭ରୁ ପାକ ତ୍ୟାଗ କରାଯିବ। କୌଣସି ଦେବ ନୀତି କରାଯିବ ନାହିଁ। ଗ୍ରହଣ ସ୍ପର୍ଶ ରାତି ୯ଟା ୫୭ରେ ହେବାକୁ ଥିବା ବେଳେ ସର୍ବମୋକ୍ଷ ରାତି ୧ଟା ୨୭ଟାରେ ହେବ। ରାତି ୨ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ସେହିପରି ୨ଟା ୪୦ରେ ମଙ୍ଗଳ ଆରତୀ ହେବ। ଆସନ୍ତା ୧୫ ତାରିଖ ଠାରୁ ନାଟମଣ୍ଡପ ଠାରୁ ଧାଡ଼ି ଦର୍ଶନ ନେଇ ବୈଠକରେ ଆଲୋଚନା ହୋଇଛି।*
*ଆସନ୍ତା ୭ ତାରିଖରେ ଚଳିତ ବର୍ଷର ୨ୟ ଓ ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଏହା ଭାରତ ସମେତ ଏସିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆମେରିକା, ଫିଜିରେ ଦେଖାଯିବ। ଜ୍ୟୋତିର୍ବିଦ୍ଙ୍କ ଅନୁସାରେ ଏହି ଚନ୍ଦ୍ରଗ୍ରହଣ ଲାଲ ରଙ୍ଗର ହେବ। ଯାହାକୁ ବ୍ଲଡ୍ ମୁନ୍ ବୋଲି କୁହାଯିବ। ଅନେକ ବର୍ଷର ବ୍ୟବଧାନରେ ଏହି ବିରଳ ଚନ୍ଦ୍ରଗ୍ରହଣ ଦେଖାଯାଏ। ୧୨ଟା ୫୭ ମିନିଟ୍ରେ ପାକ ତ୍ୟାଗ ସମୟ ଆରମ୍ଭ ହେବ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق