BREAKING
Loading...
:

ଯୁକ୍ତ ଦୁଇ ପଢୁଥିଲେ ଏଣିକି ଆଉ ଟିୟୁସନ ଉପରେ ଆଉ ନିର୍ଭର କରିବାକୁ ପଡ଼ିବନି

 



*ଯୁକ୍ତ ଦୁଇ ପଢୁଥିଲେ ଏଣିକି ଆଉ ଟିୟୁସନ ଉପରେ ଆଉ ନିର୍ଭର କରିବାକୁ ପଡ଼ିବନି । AI ଟୁଲ ଜରିଆରେ ସବୁ ବିଷୟରେ ମିଳିବ ଉତ୍ତର । ଘରେ ବସି ମକ୍ ଟେଷ୍ଟ ଦେଇପାରିବେ । ସହଯୋଗ କରିବ AI ମେଣ୍ଟର। ସବୁ ସ୍ଥାନରେ ଛାତ୍ରଛାତ୍ରୀ ଏହାର ସୁବିଧା ପାଇପାରିବେ । ଏହାସହ ଆଗାମୀ ଦିନରେ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା AI ସହାୟତାରେ କରିବାକୁ ଲକ୍ଷ୍ୟ ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।*

*ଯୁକ୍ତ ଦୁଇ ଶିକ୍ଷାରେ ପରିବର୍ତ୍ତନ ଲକ୍ଷ୍ୟ ନେଇ ଲୋକାର୍ପିତ ହୋଇଛି CHSE Odisha exam prepare ପୋର୍ଟାଲ । ଘରେ ବସି AI ଟୁଲ୍‌ରେ ପରୀକ୍ଷା ପ୍ରସ୍ତୁତି କରିବେ ଛାତ୍ରଛାତ୍ରୀ । ପୋର୍ଟାଲରେ ମିଳିବ ମୋ ଜ୍ଞାନ ପରୀକ୍ଷା, ହୋମୱାର୍କ ସାହାଯ୍ୟକାରୀ, ଗାଇଡେଡ୍‌ ଲର୍ଣ୍ଣିଂ ମାଧ୍ୟମରେ ବ୍ୟକ୍ତିଗତ ସହାୟତା । ସଂପୂର୍ଣ୍ଣ ସିଲାବସ୍‌ ଆଧାରିତ ପ୍ରଶ୍ନପତ୍ର ଉପଲବ୍ଧ ରହିବ । ଛାତ୍ରଛାତ୍ରୀ ନିଜ ଆବଶ୍ୟକୀୟ ବିଷୟ ଆଧାରିତ ଅଭ୍ୟାସ ମଡ୍ୟୁଲ, ମକ୍ ପରୀକ୍ଷା ସହ ଜେଇଇ, ନିଟ୍, କ୍ଲାଟ ଭଳି ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରିପାରିବେ । ଗ୍ରାମାଞ୍ଚଳରୁ ସହରାଞ୍ଚଳ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ମିଳିବ ସମାନ ସୁବିଧା ।*

 

*ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ଓ ବାଣିଜ୍ୟର ସମସ୍ତ ବିଷୟ ଏବଂ କଳାର କେତେକ ବିଷୟକୁ ସାମିଲ କରାଯାଇଛି । ୧୫ ଦିନରୁ ଏକ ମାସ ଭିତରେ ସମସ୍ତ ବିଷୟ ଉପଲବ୍ଧ ହେବ । ଅଭ୍ୟାସ ଓ ମକ୍ ଟେଷ୍ଟ ଦ୍ୱାରା ବିଭିନ୍ନ ଅଧ୍ୟାୟ ଓ ବିଷୟଭିତ୍ତିକ ଅଭ୍ୟାସ ପ୍ରଶ୍ନପତ୍ର ସହିତ ଉତ୍ତରର ଫଳାଫଳ ଟ୍ରାକିଂ ସୁବିଧା ମିଳିପାରିବ । ଏସବୁ ପାଇଁ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବ AI ମେଣ୍ଟର ।*


*ଜାତୀୟ ଶିକ୍ଷାନୀତି ଆଧାରରେ ଯୁକ୍ତ ଦୁଇ ପାଠ୍ୟକ୍ରମରେ ପରିବର୍ତ୍ତନ ସହ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ଲକ୍ଷ୍ୟ ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଆଗକୁ କଲେଜରେ ଏକା ସାଙ୍ଗେ AI ପ୍ରଶ୍ନ ଆଧାରରେ ପରୀକ୍ଷା ପରିଚାଳନା କରାଯିବ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS