୨୦୩୦ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ହେବ ଭାରତ
ବ୍ୟୁରୋ ( ମଣିଭଦ୍ରା ଖବର) ଭାରତରେ ପୂର୍ବାପେକ୍ଷା ବାଲ୍ୟବିବାହ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ମିଳିଥିବା ତଥ୍ୟ ଅନୁଯାୟୀ ବାଳିକା ବାଲ୍ୟବିବାହ ୬୯ ପ୍ରତିଶତ ଏବଂ ବାଳକ ବାଲ୍ୟ ବିବାହ ୭୨ ପ୍ରତିଶତକୁ ହ୍ରାସ ପାଇଛି । ଦେଶର ବିଭିନ୍ନ ରାଜ୍ୟରେ ଏହାର ପରିମାଣ ହ୍ରାସ ପାଇଥିବା ବେଳେ ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି । ଓଡିଶା ସରକାର ଏଥିପାଇଁ ତତ୍ପରତା ପ୍ରକାଶ କରିଛନ୍ତି । ଓଡ଼ିଶାର ନୟାଗଡ଼ ଜିଲ୍ଲାରେ ମଧ୍ୟ ଏହି ବାଲ୍ୟବିବାହ ହ୍ରାସ ପାଇଛି । ଜିଲ୍ଲାରେ କାର୍ଯ୍ୟରତ ସ୍ବେଛାସେବୀ ସଂଗଠନ ଗଣିଆ ଉନ୍ନୟନ କମିଟି ଏ ଦିଗରେ ଦୀର୍ଘ ଦିନ ହେବ କାର୍ଯ୍ୟ କରି ଆସୁଛି । ବିଭିନ୍ନ ଗ୍ରାମ୍ୟ କମିଟି, ସ୍ବେଛାସେବୀ ସଂଗଠନ ତଥା ଜିଲ୍ଲା ପ୍ରଶାସନର ସହଯୋଗରେ ଅନେକ ବାଲ୍ୟବିବାହ ବନ୍ଦ କରିଥିବା ଜଣାପଡିଛି । ସଚେତନତା କାର୍ଯ୍ୟକ୍ରମ ସଭା ସମିତି ଜରିଆରେ ଏହି ବାଲ୍ୟ ବିବାହକୁ ହ୍ରାସ କରାଯାଇ ପାରିଥିବା ଗଣିଆ ଉନ୍ନୟନ କମିଟିର ସଭାପତି ଉଷା ପଟ୍ଟନାୟକ ପ୍ରକାଶ କରିଛନ୍ତି । ୨୦୩୦ ସୁଦ୍ଧା ରାଜ୍ୟ କାହିଁକି ସାରା ଦେଶ ବାଲ୍ୟବିବାହ ମୁକ୍ତ ହେବ ବୋଲି ସେ ଦୃଢ଼ତାର ସହିତ ପ୍ରକାଶ କରିଛନ୍ତି ।
ମଣିଭଦ୍ରା ଖବର


إرسال تعليق