କଳାପଥରରେ ସମ୍ବାଦ ଆମ ଓଡିଶା ପକ୍ଷରୁ ପ୍ରତିଯୋଗିତା
ସ୍ୱାଗତ କୁମାର ମହାପାତ୍ର, ଶୁଭସ୍ମିତା ପ୍ରିୟଦର୍ଶିନୀ ରାଉତ ଶୁଭଶ୍ରୀ ସ୍ୱାଇଁ ପ୍ରଥମ
ବାଙ୍କୀ (ମାନସ ରଞ୍ଜନ ସାହୁ) :ଧଳାପଥର କଳାପଥର ବାଳିକା ଉଚ୍ଚ ବିଦ୍ୟାଳୟ ରେ ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରବନ୍ଧରେ ପ୍ରଥମ ସ୍ଥାନ ପାଇଛନ୍ତି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଧଳାପଥର ଛାତ୍ରୀ ଶୁଭଶ୍ରୀ ସ୍ୱାଇଁ,ଶ୍ରଦ୍ଧାଞ୍ଜଳି ରାଉତ ଧଳାପଥର ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ହରପ୍ରିୟା ସାହୁ କଳାପଥର ବାଳିକା ଉଚ୍ଚ ବିଦ୍ୟାଳୟ, ହସ୍ତାକ୍ଷରରେ ପ୍ରଥମ ସ୍ଥାନ ଶୁଭସ୍ମିତା ପ୍ରିୟଦର୍ଶିନୀ, ଦ୍ଵିତୀୟ ସ୍ଥାନ ସ୍ନେହଲତା ନାୟକ, ଓ ତୃତୀୟ ସ୍ଥାନ ପୁନମ ମହାନ୍ତି ସେହିପରି ଚିତ୍ରାଙ୍କନରେ ପ୍ରଥମ ସ୍ଥାନ ସ୍ୱାଗତ କୁମାର ମହାପାତ୍ର ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ ଠଣାପଲ୍ଲୀ, ଦ୍ବିତୀୟ ସ୍ଥାନ ସାଇ ସତ୍ୟଜିତ ସାହୁ ସରସ୍ବତୀ ଶିଶୁ ମନ୍ଦିର ଧଳାପଥର, ତୃତୀୟ ସ୍ଥାନ ପାଇଛନ୍ତି ଅଂଶୁମାନ ଅଭିଜିତ ମହାପାତ୍ର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର କେନ୍ଦୁପଲ୍ଲୀ ।
ପୁରସ୍କାର ବିତରଣ ଉତ୍ସବରେ କଳାପଥର ସାମ୍ବାଦ ପ୍ରତିନିଧି ମାନସ ରଞ୍ଜନ ସାହୁଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ଦାସଅଧକ୍ଷତା କରିଥିଲେ. ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଧର୍ମୁଧର ଝୁଝାରସିଂହ, ମୁଖ୍ୟ ବକ୍ତା ଭାବେ କଳାପଥର ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପିକା ମନୋରମା ଜେନା ଯୋଗଦେଇ ଖବର କାଗଜ ପଢିବା ଅଭ୍ୟାସ ରଖିଲେ ଦିନେ ନା ଦିନେ ତୁମେ ଲକ୍ଷ୍ୟ ସ୍ଥଳରେ ପହଁଚିବ ବୋଲି ବକ୍ତବ୍ୟ ଦେଇଥିଲେ. ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ସୂର୍ଯ୍ୟକାନ୍ତ ପ୍ରଧାନ, କୃଷ୍ଣ ଚନ୍ଦ୍ର ଦାସ, ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ମାୟାଧର ମହାପାତ୍ର ପ୍ରମୁଖ ମଞ୍ଚସିନ ଥିଲେ । ଶିକ୍ଷୟତ୍ରୀ ସାସ୍ୱତୀ ଜେନା, ପ୍ରମିଳା ସାହୁ ଏବଂ ଅର୍ପିତା ତ୍ରିପାଠୀ ପରୀକ୍ଷା ପରିଚାଳନା ରେ ସହଯୋଗ କରିଥିଲେ.ଶେଷରେ ବିଦ୍ୟାଳୟ ଶିକ୍ଷୟତ୍ରୀ ଶୁଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ. ସାମ୍ବାଦିକ ମାନସ ରଞ୍ଜନ ସାହୁଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ହୋଇଥିଲା।
ମଣିଭଦ୍ରା ଖବର, ବାଙ୍କୀ
إرسال تعليق