* *ପଞ୍ଚଲିଙ୍ଗେଶ୍ଵର ଶୈବପୀଠ ନିକଟ ରେ ଥିବା ହୋଟେଲ ଗୁଡ଼ିକରେ ରାତି ଅଧିଆ ଚଢ଼ାଉ*
ନୀଳଗିରି,-
ଆଗକୁ ଆସୁଛି ପାର୍ବଣ ର ଋତୁ , ପାର୍ବଣ ଋତୁ ରେ ବେଶ୍ ଚଳ ଚଞ୍ଚଳ ହୋଇ ଉଠିଛି ସମଗ୍ର ଓଡ଼ିଶା ।
ସାରା ରାଜ୍ୟରେ ମା ମହିସା
ମର୍ଦିନୀ ଦୁର୍ଗା ଙ୍କ ପୁଜୋତ୍ସବ କୁ ଶାନ୍ତି ଶୃଙ୍ଖଳା ସହିତ ସମାପନ ପାଇଁ ପୋଲିସ ପ୍ରଶାସନ ତତ୍ପର ହୋଇଛି।ସେହି କ୍ରମ ରେ ବାଲେଶ୍ଵର ଜିଲ୍ଲା ଏସ ପି ଙ୍କ ନିର୍ଦ୍ଦେଶ ରେ,ନୀଳଗିରି
ଏସ ଡି ପି ଓ ଙ୍କ ନେତୃତ୍ୱରେ ନୀଳଗିରି ଆଇ ଆଇ ସି ଗୋବର୍ଦ୍ଧନ ନାୟକ ଓ ଈଶ୍ୱରପୁର ଫାଣ୍ଡି ଅଧିକାରୀ ବିକାଶ କୁମାର ଭୋଇ ସଦଳ ବଳେ,ଉତ୍ତର ଓଡ଼ିଶା ର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ଵର ନିକଟ ରେ ବିଭିନ୍ନ ହୋଟେଲ ଚଢ଼ାଉ
କରାଯାଇ ଥିବା ଜଣା ଯାଇଛି। ଆଗକୁ ଦଶହରା ଥିବା ରୁ ପର୍ଯ୍ୟଟକ ଙ୍କ ଭିଡ଼ ପଞ୍ଚଲିଙ୍ଗେଶ୍ଵର ଶୈବ ପୀଠ ରେ ଦେଖିବାକୁ ମିଳିବ ।ତେଣୁ ଅସାମାଜିକ ତତ୍ତ୍ଵ ତଥା ସନ୍ଦିଗ୍ଧ ବ୍ୟକ୍ତି ଙ୍କୁ ସାବାଡ଼ କରିବା ଲକ୍ଷ ନେଇ , ବିଳମ୍ବିତ ରାତ୍ରୀରେ ଉକ୍ତ ଚଢ଼ାଉ କରାଯାଇଥିବା
ଏସ ଡି ପି ଓ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق