BREAKING
Loading...
:

ଖଣ୍ଡପଡ଼ା ବ୍ଲକ ସଭାଗୃହରେ ପଞ୍ଚାୟତ ଜନପ୍ରତିନିଧି ମାନଙ୍କୁ ନେଇ ପଞ୍ଚାୟତ ସିମିତିର ଏକାଦଶ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।

 ଖଣ୍ଡପଡ଼ା ବ୍ଲକ ସଭାଗୃହରେ ପଞ୍ଚାୟତ ଜନପ୍ରତିନିଧି ମାନଙ୍କୁ ନେଇ ପଞ୍ଚାୟତ ସିମିତିର ଏକାଦଶ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।



ବ୍ଲକ ଅଧ୍ୟକ୍ଷା ଉପମା ବେହେରାଙ୍କ ଅଧ୍ୟକ୍ଷତାରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏ ଅବସରରେ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ବିଷ୍ନୁପ୍ରିୟା ବେହେରା, ୫ନଂ ଜୋନ ବରିଷ୍ଠ ଜିଲ୍ଲା ପରିଷଦ ସଭ୍ୟ ରାମେଶ୍ୱର ଶତପଥୀ, ୬ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଉଜ୍ଜଳ ମହାରଣା, ବିଡିଓ ଅଙ୍କୁର ଅଭିଳାଷ ପ୍ରମୁଖ ମଞ୍ଚାସିନ ରହି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ। ଜିପିଇଓ ଅନିତ ବଡ଼ସେଟଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ନେଇ ବିଭାଗୀୟ କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା। ବୈଠକରେ ଶିକ୍ଷା, ପାନୀୟ ଜଳ, କୃଷି, ବିକଶିତ ଗାଁ ବିକଶିତ ଓଡିଶା, ଅନ୍ତଦୟ ଗୃହ ଯୋଜନା, ରାସନ କାର୍ଡ, ବିଦ୍ୟୁତ, ପଶୁ ସମ୍ପଦ, ମିଶନ ଶକ୍ତି ଆଦି ବାବଦରେ ସରଗରମ ଆଲୋଚନା ହୋଇଥିଲା। ତେବେ ଉନ୍ନୟନମୂଳକ କାମ ଠପ ଓ ପୂର୍ବ ବୈଠକରେ ଯେଉଁସବୁ ପ୍ରସଙ୍ଗ ଉଠିଥିଲା ସେସବୁ ପ୍ରସ୍ତାବିତ ଚିଠାରେ ଲେଖା ନ ଯିବାକୁ ନେଇ ଗୃହରେ ସରପଞ୍ଚ ସମିତି ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏ ନେଇ ବିଡିଓ ଅଙ୍କୁର ଅଭିଳାଷଙ୍କୁ ପ୍ରଶ୍ନବାଣ କରିବା ସହ ଏ ଦିଗରେ ଉତ୍ତର ରଖିବାକୁ ବାଧ୍ୟ କରିଥିଲେ। ସେହିପରି କଣ୍ଟିଲୋ ରେ ନୂତନ ହସ୍ପିଟାଲ ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେବ ନେଇ ଜନପ୍ରତିନିଧି ମାନେ ବିଧାୟକ ଙ୍କୁ ପ୍ରଶ୍ନ ପଚାରିବାରେ ପୂର୍ବ ବୈଠକ ପରି ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଥିଲେ। ବ୍ଲକ ର ବିଭିନ୍ନ ସାର ବିକ୍ରୟ କେନ୍ଦ୍ର ଓ ସୋସାଇଟି ଗୁଡ଼ିକରେ ସାର କଳା ବଜାରୀ କରାଯାଇ ଚାଷୀ ମାରଣ ନୀତି ହେଉଥିବା ନେଇ ଜନପ୍ରତିନିଧି ମାନେ ଅଭିଯୋଗ କରିଥିଲେ। ତେବେ ପ୍ରତ୍ୟେକ ଅଭିଯୋଗର ସମସ୍ୟା କୁ ସାତ ଦିନ ମଧ୍ୟରେ ସମାଧାନ କରି ରିପୋର୍ଟ କରିବାକୁ ଉଭୟ ବିଧାୟକ ଏବଂ ବ୍ଲକ ଅଧ୍ୟକ୍ଷା ବିଡିଓ ଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଅଭିସାର ପଣ୍ଡା, ସାଂସଦ ଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆର ସିଂହ, ସହକାରୀ ଯନ୍ତ୍ରୀ ଆଶୁତୋଷ ମହାନ୍ତି ଙ୍କ ସମେତ ବିଭିନ୍ନ ବିଭାଗ ର ଅଧିକାରୀ, ସରପଞ୍ଚ ଓ ସମିତି ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS