BREAKING
Loading...
:

ସ୍ବାସ୍ଥ୍ୟ ଅଧିକାରୀଙ୍କ ଦୃଷ୍ଟି ଆଢ଼ୁଆଳରେ ସନ୍ଥପୁରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର !

 ସ୍ବାସ୍ଥ୍ୟ ଅଧିକାରୀଙ୍କ ଦୃଷ୍ଟି ଆଢ଼ୁଆଳରେ ସନ୍ଥପୁରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର !

କେବେ ନଜର ପଡ଼ିବ ଜିଲ୍ଲାପାଳ ମହାଶୟଙ୍କ ?



କେନ୍ଦ୍ରାପଡ଼ା, - :  ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ସନ୍ଥପୁରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଘୋର ଅବ୍ୟବସ୍ଥା ଭିତରେ ଚାଲିଛି । ସତେ ଯେମିତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଛି ଏହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଟି । ଅତି ଦୟନୀୟ ସ୍ଥିତିରେ ଚାଲିଛି ରୋଗୀ ସେବା । ଉପଯୁକ୍ତ ଭିତ୍ତିଭୂମି ରହିଛି ହେଲେ ଆନୁଷଙ୍ଗିକ ବ୍ୟବସ୍ଥାର ଢେର୍ ଅଭାବ । ନିଯୁକ୍ତି ନାହାଁନ୍ତି ଡାକ୍ତର ହନ୍ତସନ୍ତ ହେଉଛନ୍ତି ରୋଗୀ । ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ବେଡ୍ ନାହିଁ ନିରାଶ ହୋଇ ଅନ୍ୟତ୍ର ଯାଉଛନ୍ତି ରୋଗୀ । ବୟସ୍କ ଲୋକ କିମ୍ବା ଛୋଟ ପିଲାମାନଙ୍କ ଜ୍ଵର ଝାଡ଼ା ବାନ୍ତି ଆଦି ସାଧାରଣ ହିସାବରେ ଦେହ ଖରାପ ହେଲେ ୧୫ କି.ମି ଦୂର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦୌଡ଼ିବାକୁ ପଡୁଛି । ସ୍ବାସ୍ଥ୍ୟ କେନ୍ଦ୍ରରେ ମୁଖ୍ୟ ଏଲୋପ୍ୟାଥି ଡାକ୍ତର ବିଧିବଦ୍ଧ ଭାବେ କେହି ନିଯୁକ୍ତି ନାହାଁନ୍ତି । ଏପରି ସ୍ଥଳେ ମାତ୍ର ଜଣେ ଷ୍ଟାଫ୍ ନର୍ସ, ଜଣେ ଫାର୍ମାସିଷ୍ଟ, ଜଣେ ସହକାରୀ ହୋମିଓ ପ୍ୟାଥି ଆୟୁଷ ଡାକ୍ତର ଓ ଜଣେ ଏଏନଏମ କର୍ମଚାରୀ ଏବଂ ଅନ୍ୟ ୪ ଜଣ ଆଉଟସୋର୍ସିଂ କର୍ମଚାରୀ ମାନଙ୍କ ଦ୍ଵାରା ପରିଚାଳିତ ହେଉଛି ସ୍ବାସ୍ଥ୍ୟ କେନ୍ଦ୍ର । ଏହା ବ୍ୟତୀତ ଷ୍ଟାଫ୍ ମାନଙ୍କ ରହିବା ପାଇଁ କ୍ୱାଟର ନାହିଁ । ପୁରୁଣା କ୍ୱାଟର୍ ଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ଜରାଜୀର୍ଣ୍ଣ ହୋଇ ପଡ଼ିରହିଛି । କୌଣସି ଷ୍ଟାଫ୍ ମାନଙ୍କୁ ହାଉସ୍ ରେଣ୍ଟ୍ ବାବଦକୁ ପ୍ରୋତ୍ସାହନ ରାଶି ମିଳୁନାହିଁ । ଏଭଳି ସ୍ଥିତିରେ ସେମାନଙ୍କୁ ଦୂରରେ ରହି ଯିବା ଆସିବା କରିବାକୁ ପଡୁଛି । ଯାହା ଫଳରେ ରୋଗୀ ସେବାରେ ବ୍ୟାହତ ଘଟୁଛି । ଦୀର୍ଘଦିନ ହେଲା ଏକ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇ ଆସୁଥିଲେ ସୁଦ୍ଧା ତାହା ମଧ୍ୟ ଫଳପ୍ରଦ ହୋଇପାରି ନାହିଁ । ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ସେବା ପାଇଁ ମାଳମାଳ ଯୋଜନା । ପ୍ରାଥମିକ ସ୍ତରରେ ରୋଗୀ ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ନିମନ୍ତେ ରାଜ୍ୟ ସରକାର ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ପ୍ରାଥମିକ ସ୍ତରରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକ ଗଠନ କରିଛନ୍ତି । କିନ୍ତୁ ବାସ୍ତବରେ ତାହା ଜନସାଧାରଣଙ୍କ କାମରେ ଆସୁନି । ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ତିନି ରୁ ଚାରି ଗୋଟି ପଞ୍ଚାୟତର ଜନସାଧାରଣ ନିର୍ଭର କରିଥାନ୍ତି । ଏତଦ୍ ବ୍ୟତୀତ ସ୍ବାସ୍ଥ୍ୟକେନ୍ଦ୍ରକୁ ସଂଯୋଗ କରୁଥିବା କେନାଲ ରୋଡ଼ ଠାରୁ ଶାଖା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ରୋଗୀ ମାନଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି । ଏ ଦିଗରେ ଖୋଦ୍ ଜିଲ୍ଲାପାଳ ଦୃଷ୍ଟି ଦିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି । ନଚେତ୍ ଆଗାମୀ ଦିନରେ ଏହି ଅବ୍ୟବସ୍ଥାର ସମାଧାନ କରା ନ ଗଲେ ରାଜ୍ୟ ସ୍ଵାସ୍ଥ୍ୟମନ୍ତ୍ରୀ ଙ୍କ ନିକଟରେ ଫେରାଦ୍ ହେବାକୁ ସ୍ଥାନୀୟ ଅଞ୍ଚଳବାସୀ ରୋକ୍ ଠୋକ୍ ଶୁଣାଇଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS