ନେତା ହେବ ତ ଏମିତି ପ୍ରଦୀପ୍ତଙ୍କ ଶବାଧାରରେ ସାମିଲ ହେଲେ ଶିଳ୍ପ ମନ୍ତ୍ରୀ।
କୁଜଙ୍ଗ:ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଅଗପାଳ ପଞ୍ଚାୟତ ବଡ଼ପାଳ ଗ୍ରାମର ବରିଷ୍ଠ ଆଇନୀଜୀବୀ ଏବଂ ପୂର୍ବ ମଣ୍ଡଳ ସଭାପତି ପ୍ରଦୀପ ମୁହାପତ୍ର (ଟୁଟୁ)ଙ୍କର ହୃଦଘାତରେ ଆକସ୍ମିକ ମୃତ୍ୟୁ ହୋଇଅଛି।ତାଙ୍କର ଅକାଳ ବିୟୋଗ ଖବର ପାଇ ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କର୍ମୀ ମାନଙ୍କ ସହ ତାଙ୍କ ବାସ ଭବନରେ ଉପସ୍ଥିତ ହୋଇ ଶବ ଶୋଭାଯାତ୍ରାରେ ନିଜକୁ ସାମିଲ କରିଥିଲେ।ଶ୍ରୀ ମହାପାତ୍ରଙ୍କ ଅକାଳ ବିୟୋଗ ଖବର ପ୍ରସାରିତ ହେବାପରେ ତାଙ୍କୁ ଭଲପାଉଥିବା ଶହଶହ ଜନସାଧାରଣ ମଧ୍ୟ ଶବାଧାରରେ ସାମିଲ ହେବାର ଦେଖିବାକୁ ମିଳିଥିଲା।ଶ୍ରୀ ମହାପାତ୍ର ଜଣେ ଆଇନୀଜୀବୀ ଓ ଭାରତୀୟ ଜନତା ଦଳର ଜଣେ ବରିଷ୍ଠ ସଦସ୍ୟ ତଥା ପୂର୍ବତନ ପଙ୍କପାଳ ମଣ୍ଡଳ ସଭାପତି ଭାବେ ନିଜର ଦାଇତ୍ୱ ସମ୍ପାଦନ କରି ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ କରିବାରେ ତାଙ୍କର ଅବଦାନ ଅତୁଳନୀୟ ରହିଥିଲା।ତାଙ୍କର ଅକାଳ ବିୟୋଗ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ଓ ଜଗତସିଂହପୁର ଜିଲ୍ଲା ବିଜେପି ପାଇଁ ଅପୂରଣୀୟ କ୍ଷତି ଓ ଶୂନ୍ୟସ୍ଥାନ ହୋଇ ରହିବ।ତାଙ୍କର ମରଶରୀରକୁ ଭବ୍ୟ ସ୍ୱାଗତ ସହ ରାହାମା ବଜାର,ପଙ୍କପାଳ ଓ ଅଗପାଳ ପଞ୍ଚାୟତର ବିଭିନ୍ନ ଗ୍ରାମ ବଜାର ପରିକ୍ରମା କରାଯାଇଥିଲା।ମନ୍ତ୍ରୀ ଶ୍ରୀ ମହାପାତ୍ରଙ୍କ ପାର୍ଥିବ ଶରୀରରେ ଭାରତୀୟ ଜନତା ଦଳ ପତାକା ଓ ପୁଷ୍ପହାର ପ୍ରଦାନ କରି ମରଣତ୍ତୋର ମର୍ଯ୍ୟାଦା ପ୍ରଦାନ କରିଥିଲେ।ଏଥି ସହିତ ତାଙ୍କ ନିଜ ଗ୍ରାମ ସଂସାନରେ ଶେଷ କୃତ୍ତ୍ୟ ସମ୍ପନ୍ନ କରାଯାଇଥିଲା।କୁଜଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଅଞ୍ଚଳର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ମାନଙ୍କ ମଧ୍ୟରେ ସମାଜସେବୀ ସୁନାକର ବେହେରା,ଜିଲ୍ଲା ବିଜେପି ସମ୍ପାଦକ ତପନ କୁମାର ତ୍ରିପାଠୀ,ମନ୍ତ୍ରୀଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ବେହେରା,ଅଗପାଳ ସରପଞ୍ଚ ବିପିନ କୁମାର ବିଶ୍ୱାଳ,ପଙ୍କପାଳ ମଣ୍ଡଳ ସଭାପତି ଶତ୍ରୁଘ୍ନ ମଲ୍ଲ,ଯୁବ ସଂଗଠକ ପ୍ରତାପ କୁମାର ଦାସ,ଶିକ୍ଷକ ସୁଧୀରଞ୍ଜନ ମହାପାତ୍ର,ଅମିତ ପ୍ରସାଦ ମଲ୍ଲ, ସୌଭାଗ୍ୟ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق