BREAKING
Loading...
:

ଦଶପଲ୍ଲା ଏନ୍ ଏ ସି ରେ ସ୍ବାୟତ୍ତ ଶାସନ ଦିବସ ପାଳିତ

 ଦଶପଲ୍ଲା ଏନ୍ ଏ ସି ରେ ସ୍ବାୟତ୍ତ ଶାସନ ଦିବସ ପାଳିତ ।।



ଦଶପଲ୍ଲା : - ( ଶିବାନୀ ଦୀପାଞ୍ଜଳୀ)  ଆଜି ଅଗଷ୍ଟ ୩୧ ତାରିଖ ଅବସରରେ  ଦଶପଲ୍ଲା ଏନ୍ ଏ ସି ରେ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଆଜି ସକାଳୁ ସକାଳୁ ସାମୁହିକ ହରିଧ୍ବନି କରାଯାଇଥିବାବେଳେ, ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଉପସ୍ଥିତି ରେ ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ ଏନ୍ ଏ ସି ର  କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି   , ଅଧ୍ୟକ୍ଷା ପୁନମ୍ ପ୍ରୀୟଦର୍ଶିନୀ, ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ୍,ଓ କାଉନସିଲର ସୁକଦେବ ମିଶ୍ର,ସନୋଜ ସାହୁକଂ ସମେତ ସମସ୍ତ କାଉନସିଲର ମାନେ ଯୋଗଦେଇ , ଦଶପଲ୍ଲା ଡାକ୍ତରଖାନା ଓ ବୃଦ୍ଧାଶ୍ରମ ରେ ଫଳ ବଣ୍ଟନ କରାଯାଇଥିଲା । ଦଶପଲ୍ଲାର ଆରାଧ୍ୟ ଦେବ ଶ୍ରୀ ଶ୍ରା ମହାବୀର କଂ ମନ୍ଦିର ରୁ ଏକ ସ୍ବଚ୍ଛତା ରାଲି ଆରମ୍ଭ ହୋଇ ଏନ୍ ଏ ସି କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ  । ପୂର୍ବାହ୍ନରେ ଏନ୍ ଏ ସି ପରିସରରେ ଆୟୋଜିତ ସାଧାରଣ ସଭାରେ ଉପରୋକ୍ତ ସମସ୍ତ ଅତିଥି ମାନେ ଯୋଗଦେଇ,ସ୍ବାୟତ ଶାସନ ଦିବସ ଓ ବ୍ୟବସ୍ଥା ଉପରେ ପୁଂଖାନୁପୁଂଖ ଭାବରେ ଆଲୋଚନା କରିଥିଲେ  । ଏହାମଧ୍ୟରେ ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କଂ ବାର୍ତ୍ତା ସର୍ବ ସମକ୍ଷରେ ପ୍ରଦର୍ଶିତ କରାଯାଇଥିଲା । ଶେଷରେ ବିଭିନ୍ନ କ୍ଷେତ୍ରରେ କୃତ୍ତିତ୍ବ ଅର୍ଜନ କରିଥିବା ପ୍ରତିଯୋଗୀ ମାନକୁଂପୁରସ୍କୃତ କରାଯାଇଥିଲା ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS