BREAKING
Loading...
:

ପୂର୍ତ୍ତ ବିଭାଗ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

 ପୂର୍ତ୍ତ ବିଭାଗ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା 


ଗଣିଆ ୩୧/୦୮(ମଣିଭଦ୍ରା ଖବର) ଗଣିଆ ପୂର୍ତ୍ତ ବିଭାଗ ଅଧିନରେ କାର୍ଯ୍ୟରତ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି । ବିଭାଗରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଧୃବ ରାଉତ ୧୯୮୩ ମସିହା ଠାରୁ ଗୋଟିଏ ସ୍ଥାନରେ ଦୀର୍ଘ ୪୨ ବର୍ଷ ଧରି କାର୍ଯ୍ୟ କରିବା ସହିତ ଅବସର ଗ୍ରହଣ କରିଛନ୍ତି । ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସୁଜିତ ପାଢୀଙ୍କ ନିର୍ଦ୍ଦେଶରେ କନିଷ୍ଠ ଯନ୍ତ୍ରୀ ଗୋପବନ୍ଧୁ ଧୀର, ଚତୁର୍ଥ ଶ୍ରେଣୀ କର୍ମଚାରୀ ଲକ୍ଷ୍ମୀଧର ବେହେରା ପ୍ରମୁଖ ବିଭାଗ ପରିସରରେ ପହଞ୍ଚି ତାଙ୍କୁ ଉପଢ଼ୌକନ, ଉପହାର ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ରାଉତ ଦୀର୍ଘ ୪୨ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସୁଚାରୁରୂପେ ତାଙ୍କର କାର୍ଯ୍ୟ ସମ୍ପାଦନ କରି ଆସୁଥିବା ଅଧିକାରୀ ପ୍ରକାଶ କରିଛନ୍ତି । ତେବେ ଗଣିଆ ପୂର୍ତ୍ତ ବିଭାଗରେ ଏବେ ଷ୍ଟାଫ୍ ମରୁଡି ଦେଖିବାକୁ ମିଳିଥିବା ବେଳେ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS