ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ନାବାଳକ ଗିରଫ
ଖଣ୍ଡପଡ଼I ୩୦I୮( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡା ଥାନା ଅଧିନ ରାଣୀପଡା ଗ୍ରାମ ଗୋଡିସାହିର ଜଣେ ୭ ବର୍ଷର ନାବାଳିକାକୁ ସେହି ଗ୍ରାମର ଜଣେ ୧୪ ବର୍ଷର ନାବାଳକ ଏକ ନିକାଞ୍ଚନ ସ୍ଥାନକୁ ଡାକି ନେଇ ଦୁଷ୍କର୍ମ କରିଥିବା ସଂର୍ପକରେ ଖଣ୍ଡପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।ନାବାଳିକା ପରିବାରର ଲିଖିତ ଅଭିଯୋଗକ୍ରମେ ପୋଲିସ ସଂପୃକ୍ତ ନାବାଳକକୁ ଗ୍ରାମରୁ ଉଠାଇ ଆଣି ଥାନାରେ ଅଟକ ରଖି ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲା।ତେବେ ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ପୋଲିସ ନାବାଳକକୁ ଗିରଫ କରି ଅଦାଲତ ଚାଲାଣ କରିଥିବା ଜଣାଯାଇଛି।ଏହି ଲଜ୍ଜାଜନକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଅଭିଯୁକ୍ତ ନାବାଳକକୁ ଅନୁଗୁଳସ୍ଥିତ ଜୁଭେନlଇଲ କାରାଗାରକୁ ପଠାଇ ଦିଆଯାଇଥିବା ଓ ପୀଡିତା ନାବାଳିକାର ବୟାନ ପୋଲିସ ରେକର୍ଡ କରିଥିବା ସୂଚନା ମିଳିଛି।ସେହିପରି ସ୍ବାସ୍ଥ୍ୟକେନ୍ଦ୍ରରେ ପୀଡିତା ନାବାଳିକାର ଡାକ୍ତରୀମାଇନା କରାଯିବା ସହ ଖଣ୍ଡପଡ଼ା ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା
إرسال تعليق