ଦୁର୍ଦ୍ଦାନ୍ତ ଅପରାଧି ଗିରଫ।୨ ପିସ୍ତଲ ଜବତ।
ପୁଣି ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିଲା ବାଲେଶ୍ୱର ଟାଉନ ଥାନା ପୋଲିସ।ସୂଚନା ଅନୁସାରେ ବାଲେଶ୍ୱର ଟାଉନ ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପେଟ୍ରୋଲିଂ କରୁଥିବା ସମୟରେ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଥିବା ଜଣାଯାଇଛି।ସେମାନଙ୍କ ନିକଟରୁ ଦୁଇଟି ଦେଶୀ ପିସ୍ତଲ,ଚାରିଟି ଜୀବନ୍ତ ଗୁଳି,ଚାରିଟି ମୋବାଇଲ ଓ ଗୋଟିଏ ପଲସର୍ ମୋଟରସାଇକେଲ ଜବତ କରିଛି ପୋଲିସ।ଗିରଫ ଅପରାଧୀ ଦୁଇଜଣ ହେଲେ ସଞୀବ ଦେହୁରୀ ଓ ପ୍ରଶାନ୍ତ କୁମାର ବାରିକ।ସଞୀବ ବୈଶିଙ୍ଗା,ମୟୁରଭଞର ମୂଳ ବାସିନ୍ଦା ହୋଇଥିଲା ବେଳେ ବର୍ତ୍ତମାନ ଅକଟପୁର, ବାଲେଶ୍ୱରରେ ରହୁଛି। ପ୍ରଶାନ୍ତ ଫୁଲାଡି, ବାଲେଶ୍ୱରର ବାସିନ୍ଦା ବୋଲି ପୋଲିସ ସୂତ୍ରରୁ ଜଣାଯାଇଛି।ଗିରଫ ଅପରାଧୀମାନେ ଆର ଜି ଗ୍ରୁପର ସଦସ୍ୟ ବୋଲି ଜଣାଯାଇଛି।ଆର ଜି ଗ୍ରୁପ ଏକ ଅପରାଧୀକ ଗ୍ରୁପ।ଏହି ଗ୍ରୁପ ମୁଖ୍ୟତଃ ବାଲି ମାଫିଆକୁ ସୁରକ୍ଷା ଦେବା,ବେଆଇନ ଗୋ ଚାଲାଣକୁ ସୁରକ୍ଷା ଦେବା,ବେଆଇନ ପଥର ଚାଲାଣକୁ ସୁରକ୍ଷା ଦେବା,ଦାଦା ବଟି ଆଦାୟ ଭଳି ବେଆଇନ କାର୍ଯ୍ୟକଳାପକୁ ସୁରକ୍ଷା ଦେବା ଭଳି ଅପରାଧ କରୁଥିଲା।ଏହି ଅପରାଧୀମାନେ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଭୟଭୀତ କରୁଥିଲେ।ଏହି ଗ୍ରୁପର ଦୁଇଜଣଙ୍କୁ ଗିରଫ କରି ପୋଲିସକୁ ଏକ ବଡ ସଫଳତା ମିଳିଛି।କେସ୍ ନଂ ୨୧୬/୨୨.୮.୨୫ ରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق