BREAKING
Loading...
:

ନିଖୋଜ ଯୁବକର ମିଳୁନି ପତା, ଥାନାର ଦ୍ୱାରସ୍ତ ହେଲେ ବାପା

 ନିଖୋଜ ଯୁବକର ମିଳୁନି ପତା, ଥାନାର ଦ୍ୱାରସ୍ତ ହେଲେ ବାପା



ଲାଞ୍ଜିଗଡ଼,-:  ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ଲିଟିବଣ୍ଡେଲ ଗାଁର ଜଣେ (୨୩) ବର୍ଷୀୟ ଯୁବକ ନିଖୋଜ ଥିବା ବେଳେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବକର ପିତା I  ଜଣେ ଭେଣ୍ଡିଆ ପୁଅ ନିଖୋଜ ହୋଇଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାର କୌଣସି ପତା ମିଳୁନାହିଁ। ପରିବାର ଲୋକେ ନିଜ ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟ ତଥା ଆଖ ପାଖ  ଅଞ୍ଚଳରେ ବହୁତ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଧାନ ମିଳୁନାହିଁ। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ଲିଟିବଣ୍ଡେଲ ଗାଁର ଧନ ହରିଜନଙ୍କ ପୁଅ ଦେବେନ୍ଦ୍ର ହରିଜନ (୨୩)  ଘରୁ କୁଆଡ଼େ ବାହାରି ଚାଲି ଯାଇଥିଲେ। ନିଖୋଜ ଦେବେନ୍ଦ୍ରଙ୍କ ବାପା କହିବା ମୁତାବକ ଗତ ଦୁଇ ବର୍ଷ ପୂର୍ବେ ତାଙ୍କ ପୁଅ କିଛି ମାତ୍ରାରେ ପାଗଳ ପରି ହେଉଥିଲେ କିନ୍ତୁ ଯୁଆଡେ଼ ଗଲେ ବି ଘରକୁ ଫେରୁଥିଲେ। କିନ୍ତୁ ପରୀତାରାପ ବିଷୟ ଯେ' ଏଥର କୁଆଡ଼େ ବାହାରି ଚାଲିଗଲା ଯେ'ଦୀର୍ଘ ଆଠ ଦିନ ଧରି ବ୍ୟାକୁଳ ହୋଇ ବହୁତ ଖୋଜାଖୋଜି ପରେ ମଧ୍ୟ ଏଯାଏଁ  ପୁଅର କୌଣସି ସନ୍ଧାନ ମିଳିପାରୁନାହିଁ। ଏନେଇ ଗତ ୧୭ ରବିବାର ଦିନ ଦେବେନ୍ଦ୍ରର ବାପା ଧନ ହରିଜନ ବିଜେପୁର ଥାନାର ଦ୍ୱାରସ୍ତ ହୋଇ ଏକ ଲିଖିତ ଅଭିଯୋଗ କରିଛନ୍ତି । ତେଣୁ ପରିବାର ଘୋର ଚିନ୍ତାରେ ରହିଥିବାବେଲେ ଶେଷରେ ବିଜେପୁର ଥାନାରେ ଦ୍ୱାରସ୍ତ ହୋଇ ପୁଅକୁ ଖୋଜିବାରେ ସାହାଯ୍ୟ କରିବାକୁ ପୋଲିସ ପ୍ରଶାସନକୁ ଗୁହାରି କରିଛନ୍ତି। ଏନେଇ ବିଜେପୁର ଥାନାରେ ମିସିଙ୍ଗ କେଶ ନମ୍ବର ୧/୨୫ ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିବା ଥାନାଧିକାରୀ ନୀଳାମ୍ବର ଯାନୀ ପ୍ରକାଶ କରିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS