ବିଭିନ୍ନ ଦାବି ନେଇ ପ୍ରାଣୀ ଚିକିତ୍ସାଧିକାରୀଙ୍କ କଳାବ୍ୟାଜ ପରିଧାନ
ଖଣ୍ଡପଡ଼ା ୨୫|୮ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ରାଜ୍ୟ ସଂଘର ନିଷ୍ପତ୍ତିକ୍ରମେ ବିଭିନ୍ନ ଦାବି ନେଇ ପ୍ରାଣୀ ଚିକିତ୍ସକମାନେ ସୋମବାର ଠାରୁ କଳା ବ୍ୟାଜ୍ ପରିଧାନ କରି ପ୍ରତିବାଦ ଆରମ୍ଭ କରିଥିବା ଜଣାଯାଇଛି।ଖଣ୍ଡପଡ଼ା ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ଯରତ ଚିକିତ୍ସାଧିକାରୀ ଓ ସହ ଚିକିତ୍ସାଧିକାରୀ କଳା ବ୍ଯାଜ ପରିଧାନ କରି କାର୍ଯ୍ଯ କରୁଥିବା ଦେଖିବାକୁ ମିଳିଥିଲା। ତେବେ ବିଭିନ୍ନ ଦାବି ମଧ୍ଯରେ ଅନ୍ୟ ଡାକ୍ତରଙ୍କ ପରି ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ସମସ୍ତ ସୁବିଧା ପ୍ରଦାନ ସହ ଠିକ ସମୟରେ ପଦୋନ୍ନତି ପ୍ରଦାନ କରିବା, ପଶୁପାଳକଙ୍କ ସେବା ପାଇଁ ନିରାପଦ ଓ ସମନ୍ବିତ ପରିବେଶ ସୃଷ୍ଟି କରିବା,ମହିଳା ଡାକ୍ତରଙ୍କୁ ସୁରକ୍ଷା ଯୋଗାଇ ଦେବା,ପଶୁ ଚିକିତ୍ସାଳୟଗୁଡିକୁ ପର୍ଯ୍ୟାପ୍ତ ପରିମାଣର ଔଷଧ ଓ ଆନୁଷଙ୍ଗିକ ସାମଗ୍ରୀ ପ୍ରଦାନ ସହ ପଶୁ ଚିକିତ୍ସା ନିମନ୍ତେ ନିରାପତ୍ତା ପରିବେଶ ଯୋଗାଇ ଦେବା ଆଦି ଦାବି ନେଇ ପଶୁ ଚିକିତ୍ସାଧିକାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଆସନ୍ତା ୧୫ ଦିନ ମଧ୍ଯରେ ଦାବି ଗୁଡିକ ପୂରଣ ଦିଗରେ ରାଜ୍ଯ ସରକାର ଦୃଷ୍ଟି ନଦେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସେମାନେ ଜଣାଇଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା
إرسال تعليق