BREAKING
Loading...
:

ନିମାପଡା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ମହାବିଦ୍ୟାଳୟର ବେସରକାରୀ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ କଲେଜରେ ପାଠ ପଢ଼ାରେ ବାଧା ।

 ନିମାପଡା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ମହାବିଦ୍ୟାଳୟର ବେସରକାରୀ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ କଲେଜରେ ପାଠ ପଢ଼ାରେ ବାଧା ।



ସାରା ଓଡିଶାରେ ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଆହ୍ୱାନ କ୍ରମେ ପୁରୀ ଜିଲ୍ଲାରେ ନିମାପଡା ନିର୍ବାଚନ ମଣ୍ଡଳୀ ରେ  ବିଭିନ୍ନ ମହାବିଦ୍ୟାଳୟ ରେ ଥିବା କଲେଜ ରେ ବେସରକାରୀ ଭାବେ ୨୦୦୮ ରୁ ୨୦୧୮ ମଧ୍ୟରେ ନିଯୁକ୍ତି ପାଇଥିବା ଅଧ୍ୟାପକ ଓ କର୍ମଚାରୀ ସରକାରୀ ଅନୁଦାନ ପରିସରଭୁକ୍ତ ହେବା ପାଇଁ ଅଗଷ୍ଟ ୧୬ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି ବୋଲି ସଂଯୋଜକ ତଥା ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ର ସଂସ୍କୃତ ଅଧ୍ୟାପକ ଜୀଵନ ଦାଶ କହିଛନ୍ତି  l ଏହି ଆନ୍ଦୋଳନ ରେ ସଂଘର ମହାବିଦ୍ୟାଳୟ ସଂଯୋଜକ ଅଧ୍ୟାପକ ସ୍ୱୟଂ ବିକାଶ ରଥ, ଅଧ୍ୟାପକ ଅନାଥ ଚରଣ ବିଶ୍ୱାଳ ଓ ଅଧ୍ୟାପକ ସମାପ୍ତ ମହାନ୍ତିଙ୍କ ପ୍ରତକ୍ଷ ତତ୍ଵାବଧାନରେ ଆରମ୍ଭ କରାଯାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନରେ ୨୦୦୮ ପରେ ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗଦେଇଛନ୍ତି l ସୂଚନାରୁ ପ୍ରକାଶ ବେସରକାରୀ ମହାବିଦ୍ୟାଳୟ ମାନଙ୍କରେ ୨୦୦୮ ପରେ ନିଯୁକ୍ତି ପାଇଥିବା ଅଧ୍ୟାପକ କର୍ମଚାରୀ ମାନେ ଅଧ୍ୟାବଧି ସରକାରୀ ଅନୁଦାନ ପରିସରଭୁକ୍ତ ହୋଇନାହାନ୍ତି l ଯାହା ଫଳରେ ଛାତ୍ର ଛାତ୍ରୀ ମାନଙ୍କର ପାଠ ପଢ଼ାରେ ବାଧା ସୃଷ୍ଟି କରିଛି ବୋଲି ଛାତ୍ରୀ ମାନେ କହିଛନ୍ତି । ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଦୀର୍ଘ ୬ ବର୍ଷ ହେଲା ବିଭିନ୍ନ ସ୍ତରରେ ଆନ୍ଦୋଳନ କରିଆସୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି  l   ଯଦି ସରକାର ବେସରକାରୀ ଭାବେ କାର୍ଯ୍ୟ କରୁଥିବା ଅଧ୍ୟାପକ , ଅଧ୍ୟାପିକା ଦାବି ତାହାଲେ ଆଗାମୀ ଦିନରେ ପାଠ ପଢା ସହିତ ବିଭିନ୍ନ ପ୍ରକାର କଲେଜ କାର୍ୟ୍ଯ ରେ ବାଧା ସୃଷ୍ଟି କରିବ ବୋଲି  ପ୍ରଫେସର  ମିତ୍ରା ମହାପାତ୍ର କହିଛନ୍ତି । ଯେପର୍ଯ୍ୟନ୍ତ ସରକାର ଦାବି ନ ଶୁଣନ୍ତି ସେପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲିବ ବୋଲି ସଂଘ ଚେତାବନୀ ଦେଇଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS