ଚାନ୍ଦୋଳ ପଞ୍ଚାୟତରେ ଡେରାବିଶ ତହସିଲ୍ ପ୍ରଶାସନ ।
କେନ୍ଦ୍ରାପଡ଼ା (ମଣିଭଦ୍ରା ଖବର)
ଡେରାବିଶ ବ୍ଲକ ଅନ୍ତର୍ଗତ ଚାନ୍ଦୋଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଡେରାବିଶ ତହସିଲ୍ ଏବଂ ଚାନ୍ଦୋଳ ରାଜସ୍ବ ସର୍କଲ ନିରୀକ୍ଷକଙ୍କ ତରଫରୁ "ଆମ ଗାଁରେ ତହସିଲ୍ କାର୍ଯ୍ୟାଳୟ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମାଞ୍ଚଳ ଲୋକଙ୍କୁ ଅତି ସହଜରେ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସକାଳ ଦଶଟା ବେଳକୁ ପଞ୍ଚାୟତ ପରିସରରେ ପହଞ୍ଚିଥିଲା ତହସିଲ୍ ପ୍ରଶାସନ । ଲୋକ ମାନେ ନିଜ ନିଜର ତହସିଲ୍ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ବେଶ୍ ଉତ୍କୁଣ୍ଠାର ସହ ପହଞ୍ଚିଥିଲେ ପଞ୍ଚାୟତ କାର୍ଯ୍ୟାଳୟରେ । ଏହି କାର୍ଯ୍ୟକ୍ରମରେ ତହସିଲଦାର ଡେରାବିଶ, ସରୋଜ କାନ୍ତ ନାୟକ, ଅତିରିକ୍ତ ତହସିଲଦାର ଭାସ୍କର ଚନ୍ଦ୍ର ବେହେରା, ରାଜସ୍ବ ପରିଦର୍ଶକ ମାନସ ଚନ୍ଦ୍ର ନାଥ, ଚାନ୍ଦୋଳ ରାଜସ୍ବ ସର୍କଲ ନିରୀକ୍ଷକ ସ୍ମୃତି ରଞ୍ଜନ ନାୟକ, ସରପଞ୍ଚ ସୁରେନ୍ଦ୍ର କୁମାର ମଲ୍ଲିକ, ସମିତି ସଭ୍ୟା ମଞ୍ଜୁଲତା ମିଶ୍ର ଏବଂ ତହସିଲର ଅନ୍ୟ କର୍ମଚାରୀ ନିରଞ୍ଜନ ବେହେରା, ମୟଙ୍କ ମଞ୍ଜରୀ ସୋରେନ, ଉମାକାନ୍ତ ବେହେରା, ଅନାମ ଚରଣ ଗୋଚ୍ଛାୟତ, ପ୍ରଶାନ୍ତ ବାରିକ, ପିତାମ୍ବର ମଳିକ, ଏସ୍ କେ ଆବିଦ, ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକୁ ସୁଚାରୁ ରୁପେ ପରିଚାଳନା କରିଥିଲେ । ତହସିଲଦାର ଶ୍ରୀ ନାୟକ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ଆପତ୍ତି ଓ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏଥିରେ ହିତାଧିକାରୀଙ୍କୁ ଦାଖଲ ଖାରଜ ପଟ୍ଟା ୧୮ ଗୋଟି, ଓଏଲଆର ୧୨ ଗୋଟି, କଲମ ୨ ରେ ସଂଶୋଧନ ୧୬୫ଗୋଟି, ବେବନ୍ଦୋବସ୍ତ ୭ଗୋଟି ଓ ଜଣେ ଭୂମିହୀନକୁ ବସୁନ୍ଧରା ଯୋଜନାରେ ୧ ଗୋଟି ପଟ୍ଟା ପ୍ରଦାନ କରାଯିବା ସହ ୨୪ ଜଣ ଆବେଦନକାରୀଙ୍କୁ ତତ୍କାଳିନ ବିଭିନ୍ନ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାରଙ୍କ ଏହି ଅଭିନବ ପ୍ରୟାସକୁ ଉକ୍ତ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରଶଂସା କରାଯାଇଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment