BREAKING
Loading...
:

ଶିଳାନ୍ୟାସ ଫଳକରେ ଅଟକିଛି ଆହାର କେନ୍ଦ୍ର ଓ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ଯ

 ଶିଳାନ୍ୟାସ ଫଳକରେ ଅଟକିଛି 

ଆହାର କେନ୍ଦ୍ର ଓ  ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ଯ 



ଖଣ୍ଡପଡ଼ା ୨୩|୮ (ମଣିଭଦ୍ରା ଖବର) ରାଜ୍ୟରେ ସରକାର ପରିବର୍ତ୍ତନ ସହ ଖଣ୍ଡପଡ଼ା ରାଜନୀତିରେ ବି ପରିବର୍ତ୍ତନ ଆସିଛି। ଦିର୍ଘ ୨୫ ବର୍ଷ ଧରି କ୍ଷମତାରେ ଥିବା ବିଜେଡ଼ି ଶାସନରୁ! ଚାଲିଯିବା ପରେ ସମଗ୍ର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବିକାଶ କାର୍ଯ୍ଯ ବାଧାପ୍ରାପ୍ତ ହେବା ସହ କେବଳ ବିଧାୟକଙ୍କ ଦ୍ଵାରା ବିଭିନ୍ନ ସ୍ଥାନରେ ଏବେ ଫଳକ ରାଜନୀତି ଚାଲିଥିବା ପରିଲକ୍ଷିତ ହେଉଛି। ଖଣ୍ଡପଡ଼ା ସହରର ୧୨ନଂ ଓ୍ବାର୍ଡସ୍ଥିତ ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଆହାର କେନ୍ଦ୍ର ଓ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ନିମନ୍ତେ ଗତ ଏପ୍ରିଲ ୩୦ ତାରିଖରେ ମନ୍ତ୍ରୀ, ବିଧାୟକ  ଓ ସାଂସଦଙ୍କ ଦ୍ବାରା ଶିଳାନ୍ୟାସ ଉତ୍ସବ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା।ଇତି ମଧ୍ଯରେ ୩ ମାସରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ହେଁ ପ୍ରକଳ୍ପ ନିର୍ମାଣ କାର୍ଯ୍ଯ କେବଳ ଫଳକରେ ସୀମିତ ଥିବା ଜଣାପଡିଛି।ଅପରପକ୍ଷେ ଖଣ୍ଡପଡ଼ା ସହରର ଡାକ୍ତରଖାନା ଛକସ୍ଥିତ ୨ଟି କ୍ୟାବିନ ଗୃହରେ ଆହାର କେନ୍ଦ୍ରଟି ପ୍ରଥମରୁ ଅତି ଦୟନୀୟ ସ୍ଥିତିରେ ଚାଲିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଆହାର କେନ୍ଦ୍ର ପରିସରରେ ସ୍ଥାନ ଅଭାବରୁ ଭୋଜନ ଖାଇବା ନିମନ୍ତେ ଜନସାଧାରଣ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି। ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ନୂତନ ଆହାର କେନ୍ଦ୍ର ନିର୍ମାଣ ସହ  ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି।ଖଣ୍ଡପଡ଼ା ଏନଏସି ଅଧ୍ୟକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। 

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

Previous Post Next Post
Header ADS