BREAKING
Loading...
:

ଖଣ୍ତପଡାରେ ସ୍ବାୟତ୍ତ ଶାସନ ଦିବସ ପାଳିତ

 ଖଣ୍ତପଡାରେ ସ୍ବାୟତ୍ତ ଶାସନ ଦିବସ ପାଳିତ 



ଖଣ୍ଡପଡ଼ା ୩୧|୮l ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର):ଖଣ୍ଡପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ରବିବାର ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି।ପ୍ରାତଃ ସମୟରେ ରାମଧୂନ ପରିବେଷଣ ସହ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ଯାଳୟ ପରିସରରେ ଅଧ୍ୟକ୍ଷା ଆରତୀ ପ୍ରଧାନଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ ଓ ସମସ୍ତ କର୍ମଚାରୀଙ୍କୁ ନୂତନ ପୋଷାକ ବିତରଣ,ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।ସ୍ଥାନୀୟ ପଠାଣିସାମନ୍ତ କଲ୍ୟାଣମଣ୍ଡପ ପରିସରରେ ଆୟୋଜିତ ଏକ ବଡାଖାନା କାର୍ଯ୍ୟକ୍ରମ ଜରିଆରେ ସମସ୍ତଙ୍କୁ ଅପ୍ୟାୟିତ କରାଯାଇଥିଲା।ତେବେ ଅପରାହ୍ନରେ ଖଣ୍ଡପଡ଼ା ସହରର ସାମନ୍ତ ଚନ୍ଦ୍ରଶେଖର ସ୍ମୃତିମନ୍ଦିର ଓ ପାଠାଗାର ପରିସରରେ ଏ ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ଯକ୍ରମରେ ମନ୍ତ୍ରୀ,ସାଂସଦ ଓ ଜିଲ୍ଲାପାଳ ଅନୁପସ୍ଥିତ ଥିବା ବେଳେ ବହୁ ବିଳମ୍ବରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଯୋଗଦେଇ କାର୍ଯ୍ଯକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏନ୍ଏସି ଅଧ୍ୟକ୍ଷା ଆରତୀ ପ୍ରଧାନ,କାର୍ଯ୍ଯନିର୍ବାହୀ ଅଧିକାରୀ ଅଭିଷେକ ମିଶ୍ର, ଆଇନଜୀବି ବିଧାନ ଚନ୍ଦ୍ର ପ୍ରଧାନ, କବୟିତ୍ରୀ ଭାଗ୍ଯଲିପି ମଲ୍ଲ,ବାବା ମହର୍ଷି ମଦନଚରଣ ଦାସ ପ୍ରମୁଖ ଅତିଥି ରୁପେ ମଞ୍ଚାସୀନ ଥିଲେ। ତେବେ କାର୍ଯ୍ଯକ୍ରମରେ ଯୋଗ ଦେବା ପାଇଁ ପୂର୍ବରୁ ସ୍ଥିରୀକୃତ ହୋଇଥିବା ବିଶିଷ୍ଟ ବ୍ୟକ୍ତିବିଶେଷ କାର୍ଯ୍ୟକ୍ରମରେ ଯୋଗ ନଦେବାରୁ ସ୍ବାୟତଶାସନ ଦିବସ ପାଳନ ଫିକା ପଡି ଯାଇଥିଲା।ତେବେ ପୂର୍ବାହ୍ନରେ ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁଙ୍କ ସହ ମାନ୍ଯବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ତ ଖଣ୍ଡପଡ଼ା ସହରାଞ୍ଚଳକୁ ଗସ୍ତରେ ଆସିଥିବା ବେଳେ କୌଣସି କାରଣକୁ କେନ୍ଦ୍ର କରି ଏନଏସି ଅଧ୍ୟକ୍ଷା ସ୍ବାମୀଙ୍କ ସହ ବିଧାୟକଙ୍କର ମନମାଳିନ୍ଯ ହେବା ପରେ ବିଧାୟକ ,ମନ୍ତ୍ରୀଙ୍କ ସହ ଗୋଟିଏ କି ଦୁଇଟି ପ୍ରକଳ୍ପ ପରିଦର୍ଶନ କରି ଭୁବନେଶ୍ବର ଅଭିମୁଖେ ମନ୍ତ୍ରୀଙ୍କ ସହ ପଳାଇ ଯିବା ଓ ପରେ ସ୍ବାୟତ୍ତ ଶାସନ ଦିବସ ପରିପ୍ରେକ୍ଷୀରେ ଆୟୋଜିତ ସାଧାରଣ ସଭାରେ ବିଳମ୍ବରେ ଯୋଗ ଦେବାକୁ ନେଇ ସହର ସାରା ଚର୍ଚ୍ଚା ଜୋର ଧରିଛି। ତେବେ ଚଳିତ ବର୍ଷ ଖଣ୍ଡପଡ଼ାରେ ସ୍ବାୟତ୍ତ ଶାସନ ଦିବସ ପାଳନ କେବଳ ଜାତୀୟ ପତାକା ଉତ୍ତୋଳନ,ନୂତନ ବସ୍ତ୍ର ବଣ୍ଟନ, ଭୋଜିଭାତ ଓ ଭାଷଣବାଜି ମଧ୍ଯରେ ଶେଷ ହୋଇଥିବା ନେଇ ସହର ସାରା ଆଲୋଚନା ହେଉଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS