ଗଣିଆ (ମଣିଭଦ୍ରା ଖବର) ଗଣିଆରେ ଥିବା ଡ଼. ରାମଚନ୍ଦ୍ର ସାମନ୍ତ ରାୟ ମହାବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ମଳୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଅଭିଭାବକ ସମ୍ମିଳନୀରେ ଉପାଧ୍ୟକ୍ଷ ଉମାକାନ୍ତ ବେହେରା, ପଦାର୍ଥ ବିଜ୍ଞାନର ମୂଖ୍ୟ ବିଜୟ କୁମାର ଦାସ, ଉଦ୍ଭିଦ ବିଜ୍ଞାନର ଅଧ୍ୟାପକ ଦେବାଶିଷ ନାୟକ, ରସାୟନ ବିଜ୍ଞାନ ମୁଖ୍ୟ ଡ଼. ଶ୍ରୀକାନ୍ତ ଶେଖର ସେଠୀ, ଓଡ଼ିଆ ବିଭାଗ ମୁଖ୍ୟ ଜିତେନ୍ ପାଣିଗ୍ରାହୀ ଉପସ୍ଥିତ ଥିଲେ l
ଉକ୍ତ କାର୍ଯ୍ୟକ୍ରମରେ ଅଭିଭାବକ ମାନଙ୍କୁ ଅଧ୍ୟକ୍ଷ ପିଲାମାନଙ୍କୁ ମୋବାଇଲ ମୋହ ଛାଡ଼ି ପ୍ରତ୍ୟେକ ଦିନ କଲେଜ୍ ଆସିବାକୁ ଆହ୍ବାନ କରିଥିବା ବେଳେ ମହାବିଦ୍ୟାଳୟର ଉପାଧ୍ୟକ୍ଷ ସଚେତନ ଅଭିଭାବକ ଓ ସଚେତନ ଛାତ୍ର, ଛାତ୍ରୀ ର ଆହ୍ବାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଓଡ଼ିଆ ବିଭାଗୀୟ ମୁଖ୍ୟ ଜିତେନ୍ ପାଣିଗ୍ରାହୀ ପରିଚାଳିତ କରୁଥିବାବେଳେ, ମହାବିଦ୍ୟାଳୟର ମୁଖ୍ୟ କିରାଣୀ ବୈକୁଣ୍ଠ ନାଥ ସାହୁ ଏହାର ମୁଖ୍ୟ ସହଯୋଗୀ ଥିଲେ l ସୂଚନା ଯୋଗ୍ୟ ଯେ ଖୁବ କମ ସମୟ ମଧ୍ୟରେ ଉକ୍ତ ଶିକ୍ଷାନୁଷ୍ଠାନ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିବା ବେଳେ ସମସ୍ତ ମହାବିଦ୍ୟାଳୟକୁ ପଛରେ ପକାଇ ଏହି ଅନୁଷ୍ଠାନଟି ଆଶାତୀତ ସଫଳତା ଲାଭ କରିଛି ।
ମଣିଭଦ୍ରା ଖବର, ଗଣିଆ
إرسال تعليق