BREAKING
Loading...
:

ଟିମ୍ କ୍ଲିନ୍ ସିଟିର ପୋଷ୍ଟର ଚିରା ଅଭିଯାନ ଜାରି

 ଟିମ୍ କ୍ଲିନ୍ ସିଟିର ପୋଷ୍ଟର ଚିରା ଅଭିଯାନ ଜାରି



ସାମିଲ ହେଲେ ଡେପୁଟି କମିଶନର


ବ୍ରହ୍ମପୁର, ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଦିଗରେ ନିଜ ଉଦ୍ୟମ ଜାରି ରଖିଛି ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ୍ କ୍ଲିନ୍ ସିଟି  ମଧ୍ୟ ଟିମ୍ ପକ୍ଷରୁ ପୋଷ୍ଟର ଚିରା ଅଭିଯାନ କରାଯାଇଥିଲା। ପ୍ରଥମେ ସମସ୍ତ ସଦସ୍ୟ ସ୍ଥାନୀୟ ଏମକେସିଜି ମୁଖ୍ୟ ଫାଟକ ସମ୍ମୁଖରେ ଏକାଠି ହୋଇଥିଲେ। ପରେ ଉକ୍ତ ସ୍ଥାନ ଠାରୁ  ଖୋଡାସିଙ୍ଗି ପର୍ଯ୍ୟନ୍ତ କାନ୍ଥ ଓ ଗଛ ଗୁଡିକରେ ଲାଗିଥିବା ପୋଷ୍ଟର, ବ୍ୟାନର ଆଦିକୁ ବାହାର କରିଥିଲେ ସଦସ୍ୟ ଗଣ। ଏହି ଅଭିଯାନରେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର କଲ୍ୟାଣି ସଂଘମିତ୍ରା ଦେବୀ ସାମିଲ ହୋଇ ଇଞ୍ଜିନିୟର ସ୍କୁଲ ଛକ ସ୍ଥିତ ବସ୍ ଷ୍ଟପ୍ ରେ ଲାଗିଥିବା ପୋଷ୍ଟର ଗୁଡିକୁ ଚିରିବା ସହ ଅଳିଆ ଆବର୍ଜନାକୁ ସଦସ୍ୟଙ୍କ ସହ ମିଶି ଝାଡୁ ଜରିଆରେ ସଫେଇ କରିଥିଲେ। ରେଶମ ସହରକୁ ସ୍ଵଛ, ସବୁଜ ଓ ସୁନ୍ଦର ଭାବେ ଗଢି ତୋଳିବାକୁ ଟିମ୍ ର ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହି ଆଗାମୀ ଦିନରେ ଏହାକୁ ଜାରି ରଖିବାକୁ ପରାମର୍ଶ ଦେଇ ଉତ୍ସାହିତ କରିଥିଲେ। ପୋଷ୍ଟର ବାହାର କରାଯିବା ପରେ ପଡୁଥିବା ଅଳିଆ ଆବର୍ଜନାକୁ ମହାନଗର ନିଗମ ପକ୍ଷରୁ କିଭଳି ସଫେଇ କରାଯିବ ସେନେଇ ଗୁରୁତ୍ୱ ଦେବାକୁ ସାମିଲ ସଦସ୍ୟ ମାନେ ଡେପୁଟି କମିଶନରଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଟି.ସି.ସିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ପୂର୍ବରୁ ଟିମ୍ କ୍ଲିନ୍ ସିଟିର ଏହି କାର୍ଯ୍ୟକୁ ମହାନଗର ନିଗମର କମିଶନର ପ୍ରଥମେଶ ଅରବିନ୍ଦ ରାଜସିର୍କେ ଖୁବ୍ ପ୍ରଶଂସା କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS