BREAKING
Loading...
:

କୁଜଙ୍ଗକୁ ଏନ୍ଏସି ଦାବୀ

 କୁଜଙ୍ଗକୁ ଏନ୍ଏସି ଦାବୀ ,-।



ବଦଳିଛି ସରକାର ବଦଳିଛି ଓଡ଼ିଶା ହେଲେ ବଦଳି ନାହିଁ କୁଜଙ୍ଗର ସ୍ଥିତି।ଯଥା ପୂର୍ବଂ ତାହା ପରମ୍ ଭଳି ପଡ଼ି ରହିଛି କୁଜଙ୍ଗ ଅଞ୍ଚଳ।ପୂର୍ବ ସରକାରରେ କୁଜଙ୍ଗକୁ ଏନ୍ଏସି ଘୋଷଣା ହେବା ପରେ କୁଜଙ୍ଗ ବାସୀ ଖୁସିରେ ବାଜା,ବାଣ ରୋଷଣୀ କରି ନେତାଙ୍କୁ ଫୁଲ ମାଳ ପିନ୍ଧାଇ ପରଷ୍ପର ମଧ୍ୟରେ ମିଠା ଖୁଆଇ ଖୁସି ମନେଇଲେ।ପରୋକ୍ଷରେ କୁଜଙ୍ଗ ବାସୀଙ୍କୁ କିଛି ମିଳିଲା ନାହିଁ ବରଂ ଏବେ ପରିସ୍ଥିତି ଜଟିଳ।କୁଜଙ୍ଗ ଏକ ବୀର ମାଟି ଭାବେ ବେଶ୍ ଜଣାଶୁଣା।ଏହି ମାଟିରେ ଅନେକ ବୀର ପୁରୁଷ ଜନ୍ମ ଗ୍ରହଣ କରିଛନ୍ତି।କୁଜଙ୍ଗରେ ମେଡ଼ିକାଲ,ସ୍କୁଲ୍,କଲେଜ୍,ତହସିଲ୍,ବ୍ଲକ୍,ଜେଲ୍,କୋର୍ଟ ଆଦି ଥିବା ବେଳେ ଏହା ହେଉଛି ଏକ ବାଣିଜ୍ୟିକ ପେଣ୍ଠସ୍ଥଳୀ।ଏହି କୁଜଙ୍ଗରେ ପ୍ରେତେକ୍ୟ ଦିନ ହଜାର ହଜାର ଲୋକେ ନିର୍ଭର କରୁଥିବା ବେଳେ ଏନ୍ଏସିରୁ ବାଦ୍ ପଡିଛି।ଭୋଟ୍ ହାତେଇବା ପାଇଁ କୁଜଙ୍ଗ ବାସୀଙ୍କୁ ଭୁଆଁ ବୁଲାଇଲେ ନବୀନ ଏବେ ଆସୋସନା ଦେବେକି ମୋହନ୍ ସରକାର।ତେବେ ୧୯୯୦ମସିହାରୁ କୁଜଙ୍ଗକୁ ଏନ୍ଏସି କରିବା ପାଇଁ ଅଞ୍ଚଳ ବାସୀ ଦାବୀ କରିଆସୁଥିବା ବେଳେ ତତ୍କାଳୀନ ନବୀନ ସରକାର ସମୟରେ କୁଜଙ୍ଗକୁ ଏନ୍ଏସି ଘୋଷଣା ୨୦୨୪ମସିହାରେ କରାଯାଇଥିଲା। ମାତ୍ର ପରେ ନବୀନ ସରକାରର ପତନ ଘଟିଲା ପରେ ବର୍ତ୍ତମାନ ମୋହନ୍ ସରକାର କେତେକ ସ୍ଥାନରେ ଏନ୍ଏସି ଘୋଷଣା କରାଯାଇଥିବା ବେଳେ ସେଥିମଧ୍ୟରୁ  କୁଜଙ୍ଗ ବାଦ୍ ପଡ଼ିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS