ବନ୍ଧପାରି ଛକରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା,ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ.
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ଅଞ୍ଚଳ ବନ୍ଦପାରି ଗାଁ ଛକରେ ମହା ଆଡ଼ମ୍ବରେ ପାଳିତ ହୋଇଯାଇଛି ଗଣେଶ ପୂଜା। ଶ୍ରୀ ଗଜାନନଙ୍କ ପୂଜା ପାଇଁ ଗାଁଠୁ ସହର ସବୁଆଡେ଼ ଉତ୍ସବର ମାହୋଲ ଦେଖିବାକୁ ମିଳିଥାଏ। ସେହିପରି ଲାଞ୍ଜିଗଡ଼ ଅଞ୍ଚଳରେ ମଧ୍ୟ ବିଭିନ୍ନ ଶିକ୍ଷାନୁଷ୍ଠାନ,ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଏପରିକି ବ୍ଲକର ବିଭିନ୍ନ ସାହି ଗଳିରେ ଆୟୋଜନ କରାଯାଇଥିଲା ପୂଜା। ଠିକ ସେହିପରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବନ୍ଧପାରି ଗ୍ରାମରେ ମଧ୍ୟ ବନ୍ଧପାରି ଭିନାୟକ ପୂଜା କମିଟି ପକ୍ଷରୁ ଅତି ସୁନ୍ଦର ଆଲୋକମାଳା ସାଙ୍ଗକୁ ଚିତାକର୍ଷକ ସାଜସଜ୍ଜା ଓ ବିଶାଳ ମୂର୍ତ୍ତି କରି ପୂଜାକାର୍ଯ୍ୟ କରାଯାଇଥିଲା। ଏଥିରେ ପୂର୍ବ ବର୍ଷ ପରିବର୍ତ୍ତେ ଏବର୍ଷ ବେଶ୍ ଉତ୍ସବର ପରିବେଶ ଦେଖିବାକୁ ମିଳିଥିଲା ଓ ପ୍ରାୟ ପାଞ୍ଚ ଦିନ ଧରି ବନ୍ଧପାରି ଛକ ଏକ ଆଲୋକରଣ୍ୟ ହୋଇଥିଲା । ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା ପାଇଁ ଦୀର୍ଘ ଆଠ ଦିନ ପୂର୍ବରୁ ପେଣ୍ଡାଲ ସାଜସଜ୍ଜା ପାଇଁ ଅଣ୍ଟାଭିଡ଼ିଥିଲେ କମିଟିର ସମସ୍ତ ସଦସ୍ୟ। ଗଜାନନଙ୍କ ପୂଜା ଦିବସରେ ସକାଳୁ ସକାଳୁ ସମସ୍ତ ସଦସ୍ୟ ମାନେ ଏବଂ ବନ୍ଧପାରି ଛକର ପାରିପାର୍ଷିକରେ ରହୁଥିବା ଗଣେଶ ଭକ୍ତ ତଥା ଶ୍ରଦ୍ଧାଳୁ ମାନେ ଉକ୍ତ ପୂଜା ସ୍ଥାନକୁ ପହଞ୍ଚି ବୁଦ୍ଧିଦାତାଙ୍କ ପୂଜା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ କମିଟିର ସଭାପତି ସୁଧାଂଶୁ ନାଏକ ମୁଖ୍ୟକର୍ତ୍ତା ଭାବେ କାର୍ଯ୍ୟ ତୁଲାଇଥିବାବେଳେ ପୂଜକ ଭାବେ ସନ୍ତୋଷ ତ୍ରିପାଠୀ ଯୋଗଦେଇ ବିଧିବଦ୍ଧ ଭାବେ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ। ଲୋକଙ୍କ ମନୋରଞ୍ଜନ ପାଇଁ କମିଟି ପକ୍ଷରୁ ଦୁଇ ଦିନିଆ ଡାନ୍ସ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭିନାୟକ ପୂଜା କମିଟି ପକ୍ଷରୁ ଆୟୋଜିତ ଦୁଇ ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନିୟ ସରପଞ୍ଚ ଜଗବନ୍ଧୁ ମାଝୀ,ନାଏବ ସରପଞ୍ଚ ପ୍ରତିନିଧି ଚତୁର ବାଗ,କମିଟିର ସମ୍ପାଦକ ସନ୍ତୋଷ କୁମାର ଦଳପତି, ଲାଞ୍ଜିଗଡ଼ ବ୍ଲକ ଏକ୍ସକ୍ୟୁଡର ଶିକ୍ଷକ ସଂଘ ସଭାପତି ପଞ୍ଚାନନ ନାଗ,ଯୁବସାମ୍ବାଦିକ ମଳୟ ବେନୁଆଁ ପ୍ରମୁଖ ମଞ୍ଚାସିନ ରହି ପ୍ରତିଯୋଗିତାରେ କୃତିତ୍ୱ ପ୍ରତିଯୋଗୀଙ୍କୁ ଟ୍ରଫି ସହିତ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ।ଏଥିରେ ଗଣେଶ ଦଳପତି ଓ ରଘୁ ମାଝୀ ବିଚାରପତି ଭାର ତୁଲାଇଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ବେଣୁଧର ବାଗ। ଏଥିରେ ଭିନାୟକ ପୂଜା କମିଟିର ସହ ସମ୍ପାଦକ ଉଗ୍ରେସନ ବାଗ,ଅଶୋକ ଦଳପତି, ସଦସ୍ୟ ଯଶୋବନ୍ତ ସା,ଅଜୟ,ଦିଲ୍ଲୀପ,ପ୍ରଫୁଲ,ଅଶୋକ,ନାରାୟଣ,କରୁଣା,ଜିତୁ ବନ୍ଧପାରିଆ,ମୀନକେତନ ତାଣ୍ଡି,କିରଣ ପାତ୍ର,ଅନାଦି ମହାରଣା,ଚତୁର ବିଭାର,ରାଜା ବନ୍ଧପାରିଆ,ନିରଞ୍ଜନ ହରପାଳ,ଅଭିମନ୍ୟୁ ମହାରଣା,ଶ୍ରୀଧର ଶିକକା ସମେତ କମିଟିର ସମସ୍ତ ସଦସ୍ୟ ବୃନ୍ଦ ବିଶେସ ସହଯୋଗ କରିଥିବାବେଳେ ଗଣେଶଙ୍କ ପୂଜା ଆରମ୍ଭ ଦିନରୁ ଦୀର୍ଘ ପାଞ୍ଚ ଦିନ ଆଳତି ଏବଂ ପ୍ରସାଦ ସେବନ କରାଯାଇଥିବା ପରେ ରବିବାର ବେଶ୍ ହର୍ଷଉଲ୍ଲାସରେ ଭସାଣି କାର୍ଯ୍ୟକ୍ରମ କରାଯାଇଥିଲା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق