ନିଶାଦ୍ରବ୍ୟର କୁ ପ୍ରଭାବ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
ଖଣ୍ଡପଡ଼ା ୨୧l୮( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ସମଗ୍ର ଶିକ୍ଷା ଅଭିଯାନ ର ନିର୍ଦ୍ଦେଶ କ୍ରମେ ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟ ପରିସରରେ ନିଶା ସେବନ ର କୁପ୍ରଭାବ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଅଛି l ନିଶାସେବନ ଦ୍ୱାରା ଶରୀର, ମାନସିକ ଏବଂ ସମାଜରେ ଯାହା ପ୍ରଭାବ ପକାଇଥାଏ ତାହା ଉପରେ ସଚେତନତା କରିବା ପାଇଁ ଆହ୍ୱାନ ଦିଆଯାଇଥିଲା l ଅନୁଷ୍ଠିତ ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସ୍ବଚ୍ଛ ସଲିଳା ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ମୁଖ୍ୟ ଅତିଥି ଅତିଥି ଭାବରେ ପ୍ରାଣୀ ବିଜ୍ଞାନର ବିଭାଗୀୟ ମୁଖ୍ୟ ଅଧ୍ୟାପକ ବଳରାମ ସାହୁ, ଯୋଗ ଦେଇଥିବାବେଳେ ପଦାର୍ଥ ବିଜ୍ଞାନର ବିଭାଗୀୟ ମୁଖ୍ୟ ପ୍ରିୟ ରଂଜନ ରଥ ସଭାପତିତ୍ୱ କରିଥିଲେ l ସେହିପରି ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟ ରେ ନୂତନ କରି ଗଠିତ 'ପ୍ରହରୀ' କ୍ଲବ ପକ୍ଷରୁ ନିଶାଦ୍ରବ୍ୟ ସେବନ ଛାତ୍ରଛାତ୍ରୀମାନଙ୍କୁ ନିଶା ସେବନ କରିବାଦ୍ୱାରା ଶରୀର ଉପରେ ଏହାର କିଭଳି ପ୍ରଭାବ ପଡୁଛି ଏବଂ ସାମାଜିକ ବ୍ୟବସ୍ଥା କିପରି ନଷ୍ଟ ହେଉଛି ତାହା ଆଲୋଚନାର ମୂଖ୍ୟ ବିଷୟବସ୍ତୁ ଥିଲା lଏହାଉପରେ ଏକ ସଚେତନତା କାର୍ଯ୍ୟକ୍ରକରାଯାଇଥିଲା। ନିଶାଦ୍ରବ୍ୟ କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଗଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ମୂଖ୍ୟ ଅତିଥି ଡଃ ପାଇକରାୟ ମତ ଦେବା ସହ ଛାତ୍ର ଛାତ୍ରୀ ମାନେ ସମାଜର ମଙ୍ଗଳ ନିମନ୍ତେ ଏଥିପାଇଁ ସଚେତନତା ଅବଲମ୍ବନ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟ ର+୨ ର ଅଧ୍ୟକ୍ଷା ସ୍ମିତା ଶେଫାଳୀ ମହାପାତ୍ର ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଡଃ ପାଇକରାୟ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କ ର ଭବିଷ୍ୟତ କାମନା କରିଛନ୍ତି।ପ୍ରହରୀ କ୍ଲବ ର ମୁଖ୍ୟ ଅଧ୍ୟାପିକା ବିଶ୍ଵଭାରତୀ ମହାରଣା ସଚେତନତା କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ। ଅନୁଷ୍ଠାନ ର ସମସ୍ତ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ଏହିଭଳି ମହାନ୍ କାର୍ଯ୍ୟ କୁ ସ୍ଵାଗତ କରି ଥିଲେ। ସେହିପରି ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟ ପରିସର ରେ କାର୍ଯ୍ୟକ୍ରମକୁ ଅଧ୍ୟାପକ ରାଜ କିଶୋର ସାହୁ ସଂଯୋଜନା କରିଥିଲେ ଏବଂ ଅଧ୍ୟାପକ ମନୋଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment