BREAKING
Loading...
:

ପ୍ୟାନେଲ୍ ଆଇନଜୀବୀଙ୍କ ପାଇଁ ପ୍ରଶିକ୍ଷଣ କାର୍ୟକ୍ରମ ଗଜପତି ସିଭିଲ୍ କୋର୍ଟରେ ଆୟୋଜିତ

 ପ୍ୟାନେଲ୍ ଆଇନଜୀବୀଙ୍କ ପାଇଁ ପ୍ରଶିକ୍ଷଣ କାର୍ୟକ୍ରମ ଗଜପତି ସିଭିଲ୍ କୋର୍ଟରେ ଆୟୋଜିତ



ଗଜପତି : ୨୧/୮(ମନୋଜ  ପାଢୀ) 

ଗଜପତି ସିଭିଲ୍ କୋର୍ଟର ସଭାଗୃହରେ ବୁଧବାର ସନ୍ଧ୍ୟା 4ଟାରେ ପ୍ୟାନେଲ୍ ଆଇନଜୀବୀଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଗଲା।

ଏହି କାର୍ଯ୍ୟକ୍ରମରେ ପରିବାର ଅଦାଲତର ନ୍ୟାୟାଧୀଶ ଶ୍ରୀ ଅଶୋକ କୁମାର ପାହି ଅଧ୍ୟକ୍ଷତା କରିଥିଲେ । ସେ ବିଭିନ୍ନ ଆଇନ ସମ୍ବନ୍ଧୀୟ ପ୍ରାସଙ୍ଗିକ ବିଷୟରେ ଆଲୋକ ପାତ କରିଥିଲେ ଏବଂ ପ୍ୟାନେଲ୍ ଆଇନଜୀବୀଙ୍କର ବୃତ୍ତିଗତ ଜ୍ଞାନକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଲ୍ୟବାନ ମତାମତ ଦେଇଥିଲେ।

ଶ୍ରୀ ବିମଳ ରାଉଳ, ଜିଲ୍ଲା ଆଇନ ସେବା ପ୍ରାଧିକାରଣ ସଚିବ, ଗଜପତି ଶ୍ରୀ ସତ୍ୟଜିତ ପାଣି,  JMFC, ପାରଳାଖେମୁଣ୍ଡି ମଧ୍ୟ କାର୍ୟକ୍ରମରେ ଉପସ୍ଥିତ ଥିଲେ। ସେମାନେ ବିଧି ସହାୟତା ସେବାର ଗୁରୁତ୍ୱକୁ ଉଲ୍ଲେଖ କରିଥିଲେ ଏବଂ ପ୍ୟାନେଲ୍ ଆଇନଜୀବୀଙ୍କୁ ଆଇନର ଗଭୀର ଜ୍ଞାନ ଅର୍ଜନ କରିବାକୁ ପ୍ରୋତ୍ସାହିତ କରିଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ପ୍ୟାନେଲ୍ ଆଇନଜୀବୀଙ୍କର କୌଶଳକୁ ବୃଦ୍ଧି କରିବା ଏବଂ ଗ୍ରାମୀଣ ସ୍ତରରେ ନ୍ୟାୟ ବିତରଣକୁ ଆହୁରି କାର୍ଯ୍ୟକ୍ଷମ କରିବା।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS