BREAKING
Loading...
:

ନୂଆଖାଇ ଅବସରରେ ମା' ରାମଚଣ୍ଡୀଙ୍କ ପୀଠରେ ବିଶାଳ ସ୍ୱଚ୍ଛତା ଅଭିଯାନ।*

 *ନୂଆଖାଇ ଭେଟ-ଘାଟ*


*ନୂଆଖାଇ ଅବସରରେ ମା' ରାମଚଣ୍ଡୀଙ୍କ ପୀଠରେ ବିଶାଳ ସ୍ୱଚ୍ଛତା ଅଭିଯାନ।*



ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ସହର ନିକଟରେ ଥିବା କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ମାଆ ରାମଚଣ୍ଡୀ ପୀଠରେ ଆଗକୁ ଆସୁଥିବା ପାର୍ବଣ ଋତୁକୁ ନଜରରେ ରଖି ତଥା ନୂଆଖାଇ ଅବସରରେ  ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ପୂଜା କମିଟି ବରିଷ୍ଠ ପରାମର୍ଶଦାତା ତଥା ଗଜପତି ଜିଲ୍ଲାର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରୋସେକ୍ୟୁଟର ରାଜେଶ କୁମାର ମିଶ୍ର ଓ ପରାମର୍ଶଦାତା ତ୍ରିପତି ବାଲାଜୀ ମିଶ୍ରଙ୍କ ପରାମର୍ଶରେ ପୂଜା କମିଟି ସଭାପତି ସି.ଏଚ. ଦୟାନନ୍ଦ ରେଡ୍ଡୀଙ୍କ ନେତୃତ୍ୱରେ ରାମଚଣ୍ଡୀ ପୂଜା କମିଟି, ସେବା ପ୍ରତିନିଧି ସଙ୍ଗଠନର ସଦସ୍ୟ, ଏନଏସି ଛତ୍ରପୁରର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କ ସହାୟତାରେ ତଥା କମାଣ୍ଡାଣ୍ଟ ସାରଦା ପ୍ରସାଦ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଷ୍ଟମ ବାଟାଲିୟନର ଶତାଧିକ କର୍ମଚାରୀ ତଥା ସ୍ବେଚ୍ଛାସେବୀଙ୍କୁ ନେଇ  ଏକ ବିଶାଳ ସଫେଇ ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 


ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ସକାଳ ୭ଘଟିକାରୁ ଆରମ୍ଭ ହୋଇ ଦିବା ୧୦ଘଟିକା ପର୍ଯ୍ୟନ୍ତ ଚାଲିଥିଲା। ଯେଉଁଥିରେ ନୂତନ ଭାବେ ଗଠନ କରାଯାଇଥିବା ମନ୍ଦିର ପୂଜା କମିଟିର ସମସ୍ତ ସଦସ୍ୟ ତଥା ମନ୍ଦିର ଟ୍ରଷ୍ଟି ଲଷ୍ମୀନୃସିଂହ ପଣ୍ଡା,  ପୂଜାକମିଟି ସମ୍ପାଦକ ବିମଳ ପଣ୍ଡା, ଉପସଭାପତି ଦିବାକର ନାୟକ, ଶିବରାମ ନାୟକ, କୁଞ୍ଜ ନାୟକ (କୋଷାଧକ୍ଷ), ଉପଦେଷ୍ଟା ବଂଶୀଧର ନାୟକ,ନାରାୟଣ ଚର୍ତ୍ତୀ, ଶଙ୍କର ନାୟକ,ଶଙ୍କର ଚର୍ତ୍ତୀ, ଓକିଲ ଲସିତ ବେହେରା, ସମାଜସେବୀ ମନୋଜ ମିଶ୍ର, ଏସ. ରବି, ସନ୍ତୋଷ ପଣ୍ଡା, ସୁଧୀର ମହାରଣା, ଉତ୍ତମ ନାୟକ, ନିଳାଞ୍ଚଳ ଚୌଧୁରୀ, ଦଣ୍ଡ ମହାରଣା, ସୁଶାନ୍ତ ଗୌଡ଼, ବରୁଣ ଚୌଧୁରୀ, ଗୋପାଳ ନାୟକ ପ୍ରମୁଖ ସଦସ୍ୟ ଯୋଗ ଦେଇ ସାହାଯ୍ୟର ହାତ ବଢ଼ାଇ ମନ୍ଦିରର ପୁରାତନ ଐତିହାସିକ ରାମ କୁଣ୍ଡକୁ ପରିଷ୍କାର କରିବା ସହ ତା'ର ପୁନରୁଦ୍ଧାର କରିଥିଲେ। ସର୍ବଶେଷରେ ମନ୍ଦିର ସଂଯୋଜକ କମଳ ପଣ୍ଡା ତଥା କରପଡ଼ା ସରପଞ୍ଚ ଅଜୟ ନାୟକ ଏହି ସ୍ୱଚ୍ଛତା କାର୍ଯ୍ୟରେ ସହଯୋଗର ହାତ ବଢାଇବା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ କାର୍ଯ୍ୟକ୍ରମରେ ଏହିପରି ସହାୟତାର ହାତ ବଢାଇବାକୁ ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ, ମନ୍ଦିରରେ ୧୬ଦିନିଆ ଶାରଦୀୟ ଦୁର୍ଗାପୂଜା ସେପ୍ଟେମ୍ବର ୧୪ ତାରିଖ ମୂଳାଷ୍ଟମୀରୁ ଆରମ୍ଭ ହୋଇ ଦୁର୍ଗାପୂଜା ଦଶମୀ ପର୍ଯ୍ୟନ୍ତ ଚାଲିବ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS