ପାଣି ଟାଙ୍କି ଉପକୁ ଚଢିଗଲା ଷଣ୍ଢ, ତଳକୁ ଆଣିବାକୁ ପ୍ରଶାସନର ମୁଣ୍ଡ ଖରାପ
ଭଦ୍ରକ-: ଭଦ୍ରକ ଜିଲାର ତିହିଡ଼ି ବ୍ଲକ ଅନ୍ତର୍ଗତ ତଳବନ୍ଧ ଗାଁରେ ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗାଁର ପ୍ରାୟ ୫୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଏକ ପାଣି ଟାଙ୍କିର ଉପରେ ଗୋଟିଏ ଷଣ୍ଢ ଫସିଯାଇଥିବା ଦେଖିବାକୁ ମିଳିଛି। ପ୍ରାୟ ୮ ଘଣ୍ଟା ଧରି ଏହି ଷଣ୍ଢ ଟାଙ୍କି ଉପରେ ଫସି ରହିଥିବା ସୂଚନା ମିଳିଛି।
ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଟିମ୍ ଏବଂ ପ୍ରାଣୀସମ୍ପଦ ଅଧିକାରୀମାନେ ଉପସ୍ଥିତ ରହି ଷଣ୍ଢକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି। ତିହିଡ଼ି ବିଡିଓ ଏବଂ ତହସିଲଦାର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। କିନ୍ତୁ ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ଏଯାଏଁ ଷଣ୍ଢକୁ ନିରାପଦରେ ତଳକୁ ଆଣିବା ପାଇଁ କୌଣସି ସଫଳ ଉପାୟ ଖୋଜି ପାରି ନାହାନ୍ତି।
କିପରି ଏକ ଷଣ୍ଢ ଏତେ ଉଚ୍ଚ ପାଣି ଟାଙ୍କି ଉପରେ ପହଞ୍ଚିଲା ତାହା ଏକ ରହସ୍ୟ ହୋଇ ରହିଛି। ସ୍ଥାନୀୟ ଲୋକେ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ହେବା ସହ ଉଦ୍ଧାର କାର୍ଯ୍ୟ ଦେଖିବା ପାଇଁ ଘଟଣାସ୍ଥଳରେ ଭିଡ଼ ଜମାଇଛନ୍ତି। ପ୍ରଶାସନ ଏବଂ ଅଗ୍ନିଶମ ବିଭାଗ ଷଣ୍ଢକୁ ନିରାପଦରେ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق