BREAKING
Loading...
:

ଖଣ୍ଡପଡ଼ା ପୋଲିସ ପକ୍ଷରୁ ଫିଟନେସ କାର୍ଯ୍ଯକ୍ରମ 'ସଣ୍ଡେ ଅନ୍ ସାଇକେଲ'

 ଖଣ୍ଡପଡ଼ା ପୋଲିସ ପକ୍ଷରୁ ଫିଟନେସ କାର୍ଯ୍ଯକ୍ରମ 'ସଣ୍ଡେ ଅନ୍ ସାଇକେଲ'




ଖଣ୍ଡପଡ଼ା,୨୫|୮ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଖଣ୍ଡପଡ଼ା ପୋଲିସ  ଫିଟନେସ ମନ୍ତ୍ରକୁ ଆପଣେଇ ରବିବାର ଏକ ସାଇକେଲ ଯାତ୍ରାରେ ୮ କିଲୋମିଟର ରାସ୍ତା ଅତିକ୍ରମ କରିଥିବା ଜଣାଯାଇଛି।ଖଣ୍ଡପଡ଼ା ଏସଡିପିଓ ମଦନ ମୋହନ ପ୍ରଧାନଙ୍କ ପ୍ରତ୍ୟେକ୍ଷ  ତତ୍ତ୍ଵାବଧାନରେ ଆୟୋଜିତ ସାଇକେଲ ଯାତ୍ରାରେ ଥାନାଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କ ସମେତ ସମସ୍ତ କର୍ମଚାରୀ ରବିବାର  ସକାଳେ ଖଣ୍ଡପଡ଼ା ଥାନା ପରିସରରୁ ଏକ ସାଇକେଲ ଯାତ୍ରାରେ ବାହାରି ନିକଟସ୍ଥ ମର୍ଦ୍ଦରାଜପୁର ଗ୍ରାମ ପର୍ଯ୍ୟନ୍ତ ଯିବା ସହ ସେଠାରୁ ଫେରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ଦାୟୀତ୍ବରେ ଥିବା ସମସ୍ତ ପୋଲିସ କର୍ମଚାରୀଙ୍କ ନିମନ୍ତେ ଫିଟନେସର ଆବଶ୍ୟକତା ଥିବା ବେଳେ 'ଫିଟ୍ ଇଣ୍ଡିଆ ସଣ୍ଡେ ଅନ୍ ସାଇକେଲ' କାର୍ଯ୍ଯକ୍ରମ ଏହାର ଏକ ଅଂଶବିଶେଷ ଅଟେ ବୋଲି ଏସଡିପିଓ ଶ୍ରୀ ପ୍ରଧାନଙ୍କ ଠାରୁ ପ୍ରକାଶ।ନିୟମିତ ଭାବେ ପୋଲିସ କର୍ମଚାରୀମାନଙ୍କୁ ନେଇ ଏହିପରି ଫିଟନେସ୍ କାର୍ଯ୍ଯକ୍ରମ(ସଣ୍ତେ ଅନ ସାଇକେଲ)ର ଆୟୋଜନ କରାଯିବ ବୋଲି ଖଣ୍ଡପଡ଼ା ପୋଲିସ ସୁତ୍ରରୁ ସୂଚନା ମିଳିଛି ।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS