BREAKING
Loading...
:

ଗଣେଶ ପୂଜାପାଇଁ ପ୍ରସ୍ତୁତିରେ ବର୍ଷା ସାଜିଛି ବାଧକ

 ଗଣେଶ ପୂଜାପାଇଁ ପ୍ରସ୍ତୁତିରେ ବର୍ଷା  ସାଜିଛି ବାଧକ                      



ଖଣ୍ଡପଡ଼ା ୨୫/୮  (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଆସନ୍ତା ୨୭ ତାରିଖରେ ବିଘ୍ନ ବିନାଶକ ଗଜାନନଙ୍କ ପୂଜା ଉତ୍ସବ ଖଣ୍ଡପଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ଅନୁଷ୍ଠିତ ହେବ।ବିଭିନ୍ନ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ପୂଜା କମିଟି ପକ୍ଷରୁ ଏ ନେଇ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଥିବା ଜଣାପଡ଼ିଛି।ତେବେ ଗଜାନନଙ୍କ ପୂଜା ଉତ୍ସବ ପ୍ରସ୍ତୁତିରେ ଲଗାଣ ବର୍ଷା ବାଧକ ସାଜିଥିବାରୁ ମୂର୍ତ୍ତି କାରିଗରମାନଙ୍କ ଠାରୁ ଆରମ୍ଭ କରି ପୂଜାକମିଟିର ସଦସ୍ଯମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।ସେହିପରି ଲଗାଣ ବର୍ଷା ଯୋଗୁଁ ବାହାରେ ନିର୍ମାଣ ହୋଇଥିବା ମୂର୍ତିଗୁଡିକୁ ପଲିଥିନ ଘୋଡାଇ ରଖିବା ଓ ରଙ୍ଗ କରିବା ନିମନ୍ତେ କାରିଗରମାନଙ୍କୁ ନାକେଦମ ହେବାକୁ ପଡୁଛି।ଖଣ୍ଡପଡ଼ା ସହରର କୁମ୍ଭାରସାହିରେ ରହୁଥିବା ମୂର୍ତ୍ତି କାରିଗର ମାନଙ୍କ ଦ୍ବାରା ଚଳିତ ବର୍ଷ ୩୦୦ରୁ ଉର୍ଦ୍ଧ୍ବ ମୃଣୟ ମୂର୍ତ୍ତି ନିର୍ମାଣ କରାଯାଇଥିବା ବେଳେ ସହରର ରଥଗଡା ଛକରେ ଟେନଷ୍ଟାର କ୍ଲବ ପକ୍ଷରୁ ଆୟୋଜିତ ଗଣେଷ ପୂଜାରେ ଚଳିତ ବର୍ଷ ୧୮ ଫୁଟ ଉଚ୍ଚର ଏକ ମୃଣୟ ମୂର୍ତ୍ତି ପୂଜା ପାଇବେ ବୋଲି ଜଣାପଡିଛି।ଉକ୍ତ ମୂର୍ତ୍ତିଟିକୁ କୁମ୍ଭାରସାହିର ଯୁବଶିଳ୍ପୀ ସଂଗ୍ରାମ କେଶରୀ ରାଉତ ନିର୍ମାଣ କରିଥିବା ଜଣାଯାଇଛି ।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS