ବିଷାକ୍ତ ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ ।
ଗଜପତି (ମନୋଜ ପାଢୀ) — ବିଷାକ୍ତ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକ ହେଲେ ଅଡବା ଥାନା ବିରିକୋଟ ପୁରୁଣାଗାଁର ପ୍ରତାପ ମାଝୀ l ଗତକାଲି ବିଳମ୍ବିତ ରାତିରେ ପ୍ରତାପ ନିଜ ପରିବାର ସହ ଘରେ ଶୋଇଥିଲେ l ଏହି ସମୟରେ ଏକ ପାହାଡିଆ ବିରଳ ପ୍ରଜାତିର ବିଷାକ୍ତ ସାପ ପ୍ରତାପ ଙ୍କ ଡାହାଣ ହାତରେ କାମୁଡିଥିଲା l ପରେ ପରିବାର ଲୋକ ବିଷାକ୍ତ ସାପ କୁ ମାରିବା ସହ ପ୍ରତାପ ଙ୍କ ଚେରମୁଳି ଉପଚାର କରାଇଥିଲେ l ଉପଚାର ର କୌଣସି ସୁଧାର ନ ଆସିବାରୁ ପ୍ରଥମେ ବିରିକୋଟ ସ୍ଵାସ୍ଥ୍ୟକେନ୍ଦ୍ର ନେଇଥିଲେ ପରେ ମୋହନା ମେଡିକାଲ ରେ ଭର୍ତ୍ତି କରିଥିଲେ l ତେବେ ଡାକ୍ତର ମୃତ ଘୋଷଣା କରିଛନ୍ତି l ଖବର ପାଇ ମୋହନା ଓ ଅଡବା ଥାନା ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି l ବିଷାକ୍ତ ସାପ ଟି କମନ କ୍ରେଟ ବୋଲି କୁହାଯାଉଛି l ଯାହାକି ଅତି ବିଷାକ୍ତ ସାପ ମଧ୍ୟରୁ ଗୋଟିଏ ପ୍ରଜାତିର ବୋଲି ଜଣାପଡିଛି l
ମଣିଭଦ୍ରା ଖବର, ଗଜପତି
إرسال تعليق