ମହାପ୍ରଭୁଙ୍କୁ ଲାଗି ହେବା ପାଇଁ ଛାମୁଣ୍ଡିଆ ବନାଞ୍ଚଳରୁ ଗଲା ତୁଳସୀ
ଗଣିଆ ୪/୦୮(ମଣିଭଦ୍ରା ଖବର) ଭାବର ଠାକୁର ତଥା ଭକ୍ତର ଭଗବାନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଗଣିଆ ବ୍ଳକ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ତୁଳସୀ ପଠାଯାଇଛି । ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ପରିସରରେ ରେଞ୍ଜର ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ତତ୍ବାବଧାନରେ ଏକ ତୁଳସୀ ବଗିଚା ତିଆରି କରାଯାଇଛି । ସେହି ବଗିଚାରେ ୧୦୦ରୁ ଅଧିକ ତୁଳସୀ ଗଛ ଲଗାଯାଇଥିବା ବେଳେ ତାହାର ରକ୍ଷଣାବେକ୍ଷଣ ନିଜେ ରେଞ୍ଜର କରୁଛନ୍ତି । ମଙ୍ଗଳବାର ଏକାଦଶୀ ଥିବାରୁ ରେଞ୍ଜର ଶ୍ରୀ ପଣ୍ଡା ମହାପ୍ରଭୁଙ୍କୁ ଲାଗି ହେବା ପାଇଁ ତୁଳସୀ ବଗିଚାରୁ ତୁଳସୀ ତୋଳି ପୁରୀ ପଠାଇଛନ୍ତି । କର୍ମଯଞ୍ଜାଳ ଭିତରେ ରହି ମହାପ୍ରଭୂଙ୍କ ସେବାରେ ତୁଳସୀ ଲଗାଇପାରିଥିବାରୁ ନିଜକୁ ସୈାଭାଗ୍ୟ ମନେ କରିଛନ୍ତି ରେଞ୍ଜର ଶ୍ରୀ ପଣ୍ଡା ।
ମଣିଭଦ୍ରା ଖବର, ଗଣିଆ
إرسال تعليق