BREAKING
Loading...
:

ସ୍ତ୍ରୀଙ୍କ ନାଁରେ ୨ ଲକ୍ଷ ଟଙ୍କାର କରନ୍ତୁ FD, ୨୪ ମାସ ପରେ ମିଳିବ ଏତିକି ସୁଧ

 ସ୍ତ୍ରୀଙ୍କ ନାଁରେ ୨ ଲକ୍ଷ ଟଙ୍କାର କରନ୍ତୁ FD, ୨୪ ମାସ ପରେ ମିଳିବ ଏତିକି ସୁଧ, 



ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ଫେବୃଆରୀଠାରୁ ଜୁନ ପର୍ଯ୍ୟନ୍ତ ରେପୋ ରେଟ୍‌ରେ ୧.୦୦ ପ୍ରତିଶତର ବଡ଼ ହ୍ରାସ କରିଛି। ଆରବିଆଇର ଏହି ପଦକ୍ଷେପରେ କାର ଲୋନ, ହୋମ ଲୋନ ଏବଂ ପର୍ସନାଲ ଲୋନରେ ସୁଧ ହ୍ରାସ ପାଇଛି।


କିନ୍ତୁ ଏହା ପୋଷ୍ଟ ଅଫିସର ସୁଧ ହାରରେ କୌଣସି ପ୍ରଭାବ ପକାଇନାହିଁ। ପୋଷ୍ଟ ଅଫିସ ଆଜି ବି ସେତିକି ସୁଧ ଦେଉଛି, ଯେତିକି ପୂର୍ବରୁ ଗ୍ରାହକଙ୍କୁ ଦେଉଥିଲା।



ପୋଷ୍ଟ ଅଫିସ ନିଜର ସମସ୍ତ ଗ୍ରାହକଙ୍କୁ ଗୋଟିଏ ସୁଧ ପ୍ରଧାନ କରିଥାଏ। ଏଥିରେ ମହିଳା, ପୁରୁଷ, ବରିଷ୍ଠ ନାଗରିକ ସମସ୍ତଙ୍କୁ ବରାବର ସୁଧ ମିଳିଥାଏ।


ପୋଷ୍ଟ ଅଫିସରେ ୨ ବର୍ଷର ଟିଡିରେ ନିଜ ସ୍ତ୍ରୀ ନାଁରେ ୨,୦୦,୦୦୦ ଟଙ୍କା ଜମା କରୁଛନ୍ତି ତେବେ ମାଚ୍ୟୁରିଟିରେ ଆପଣଙ୍କ ସ୍ତ୍ରୀଙ୍କ ଖାତାରେ ସମୁଦାୟ ୨,୨୯,୭୭୬ ଟଙ୍କା ସାମିଲ ରହିଛି।


ପୋଷ୍ଟ ଅଫିସର ଟିଡି ସ୍କିମରେ ମଧ୍ୟ ଗ୍ରାହକଙ୍କୁ ଗ୍ୟାରେଣ୍ଟି ସହ ଏକ ଫିକ୍ସ ସୁଧ ମିଳିଥାଏ, ଯେଉଁଥିରେ କୌଣସି ପ୍ରକାର ଅପ୍‌-ଡାଉନ୍ ହୋଇନଥାଏ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS