BREAKING
Loading...
:

ମୈଳିକ ସମସ୍ୟା ସମାଧାନ ପାଇଁ ବଡସିଲିଙ୍ଗାରେ ପହଞ୍ଚିଲେ ୨ଟି ଟିମ

 ମୈଳିକ ସମସ୍ୟା ସମାଧାନ ପାଇଁ ବଡସିଲିଙ୍ଗାରେ ପହଞ୍ଚିଲେ  ୨ଟି ଟିମ



ଗଣିଆ ୨୧/୦୫(ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ଗଣିଆ ବ୍ଲକର ସବୁଠାରୁ ଅନୁନ୍ନତ ଅଞ୍ଚଳ ଭାବେ ପରିଚିତ ବଡସିଲିଙ୍ଗା ପଞ୍ଚାୟତ । ଏଠାରେ ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ଶିକ୍ଷା, ଗମନାଗମନ, ପାନୀୟ ଜଳ ପର୍ଯ୍ୟନ୍ତ ଅନେକ ମୈଳିକ ସମସ୍ୟା ଲାଗି ରହିଛି । ପଞ୍ଚାୟତ ବାସୀ ଅନେକ ଥର ବ୍ଳକ ଠାରୁ ଆରମ୍ଭ କରି ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମଧ୍ୟ କୈଣସି ସୁଫଳ ମିଳି ପାରି ନାହିଁ । ତେବେ ଉକ୍ତ ପଞ୍ଚାୟତରେ ଥିବା ସମସ୍ୟାର ସମାଧାନ ପାଇଁ ଗୁରୁବାର ବ୍ଳକର ୨ଟି ଟିମ ପହଞ୍ଚି ଜନସାଧାରଣ ତଥା ଲୋକପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିଛନ୍ତି । 



ପଞ୍ଚାୟତରେ ଥିବା ଅନେକ ସମସ୍ୟା ସମ୍ପର୍କରେ ଜନସାଧାରଣ ଅଭିଯୋଗ ଜଣାଇଥିଲେ । ଜନସାଧାରଣଙ୍କ ସମସ୍ୟା କିଭଳି ତୁରନ୍ତ ସମାଧାନ ହୋଇପାରିବ ବ୍ଳକ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି । ଏହି ୨ଟି ଟିମରେ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ,ଯୋଗାଣ ଅଧିକାରୀ,ବଡସିଲିଙ୍ଗା,ଛାମୁଣ୍ଡିଆ,ବେଲପଡାପାଟଣା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post
Header ADS