ବନ ମହୋତ୍ସବ ପାଳିତ
ବାଲିଗୁଡ଼ା / (ସଲମାନ୍ ଦିଗାଲ) ବାଲିଗୁଡ଼ା ବନଖଣ୍ଡ ବାଲିଗୁଡ଼ା ବନାଞ୍ଚଳ ଲଣ୍ଡାଗାଁ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳିତ |ବାଲିଗୁଡ଼ା ବନଖଣ୍ଡ ର ବାଲିଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଲଣ୍ଡାଗାଁ ବାବେ ଜୋର ସଂରକ୍ଷୀତ ଜଙ୍ଗଲ ରେ ଚଳିତ ବର୍ଷ ର ପ୍ରଥମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଛି |ଏହି ଅବସରରେ ଲଣ୍ଡାଗାଁ ବନ ପାଳ ଶ୍ରୀ ଗିରୀସ ଚନ୍ଦ୍ର ସାହୁ ଅଧ୍ୟକ୍ଷତା ରେ ବନରକ୍ଷୀ ଶ୍ରୀ ଦୀପକ କୁମାର ଖଣ୍ଡଗିରି ଙ୍କ ନେତୃତ୍ୱରେ ବିଭିନ୍ନ ପ୍ରଜାତିର 3500 ଶହ ବୃକ୍ଷ ପ୍ରାଥମିକ ପର୍ଯ୍ୟାୟ ରେ ରୋପଣ କରାଯାଇ ମୋଟ 7 ହେକ୍ଟର ପାହାଡ଼ିଆ ଅଞ୍ଚଳରେ 3 ହଜାର 500 ବୃକ୍ଷ ରୋପଣ କରି ଛନ୍ତି ପୁଣି ନ ହଜାର ପାଇଁ ଲକ୍ଷ ରଖାଯାଇଛି |ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଲଣ୍ଡାଗାଁ ସମାଜ ସେବୀ ତଥା ଭାତୀୟ ଜନତା ପାର୍ଟି ର କନ୍ଧମାଳ ଜିଲ୍ଲା ସାଧାରଣ ସଂମ୍ପାଦକ ଶ୍ରୀ ଦେବେନ୍ଦ୍ର କୁଦେଇ ମୁଖ୍ୟ ଅଥିତି ରୂପେ ଯୋଗଦେଇ ଥିଲେ ସେହିପରି ଲଣ୍ଡାଗାଁ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ଅଭିରାମ ରଣା ଙ୍କ ସହିତ , ମହିଳା ସ୍ୱୟଂ ସହାୟିକାମାନେ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ |ବାବେଯୋର ବନରକ୍ଷୀ ଦୀପକ କୁମାର ଖଣ୍ଡଗିରୀ ସମେତ ସମସ୍ତ କର୍ମଚାରୀମାନେ ସହଯୋଗ କରି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ |
ମଣିଭଦ୍ରା ଖବର, କନ୍ଧମାଳ
Post a Comment