BREAKING
Loading...
:

ନିର୍ଯ୍ୟାତିତ ମତ୍ସଜୀବୀ ମହିଳାକୁ ମାଡ଼ ବିରୋଧରେ ମତ୍ସହଜୀବୀ ସଙ୍ଘ ମେଳି

 ନିର୍ଯ୍ୟାତିତ ମତ୍ସଜୀବୀ ମହିଳାକୁ ମାଡ଼ ବିରୋଧରେ ମତ୍ସହଜୀବୀ ସଙ୍ଘ ମେଳି 



ରମ୍ଭା (ମଣିଭଦ୍ରା ଖବର) ମତ୍ସଜୀବୀ ବିଧବା ମହିଳା କୁମାରୀ ବେହେରା ସମେତ ଅନ୍ୟାନ୍ୟ ମହିଳାକୁ ସ୍ୱୟଂ ସେଠି, ସିନ୍ଧୁ ସେଠି ଅମାନୁଷିକ ଭାବେ ନିଜର ଗୋଦାମ ଗୃହରେ ମାଡ଼ ପିଟ କରି ଇଜତ ନେଇ ଥିବାରୁ ମତ୍ସହଜୀବୀ ସଙ୍ଘ ନିନ୍ଦା କରିଛନ୍ତି. ମୃତ ସୁବାଷ ସେଠି ପୁଅ ଚିଲିକା ସ୍ଥାନକୁ ଜୋର ଜବରଦସ୍ତ ଘର କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଛି. ସଙ୍ଘ ତଥା ମହିଳା ଗୋଷ୍ଠୀ ଦାବି କରୁଛନ୍ତି ସେଠାରୁ ନ ହଟିଲେ ଆଇନ ହାତକୁ ନେବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି କୁମାରୀ ବେହେରାକୁ ଅମାନୁଷିକ ଭାବେ ମାଡ଼ ପିଟକରିଛନ୍ତି ବାଲୁଗାଁ ଥାନା ସହଯୋଗ କରୁନାହାଂତି ସେଥିପାଇଁ ଏସ ପି ଏବଂ ମୁଖ୍ୟମନ୍ତ୍ରୀ ପାଖକୁ ଯିବା ପାଇ ଚେତାବନୀ ଦେଇଛନ୍ତି. ମତ୍ସ୍ୟଜୀବୀ ମହାସଂଘ ସଭାପତି ଶ୍ୟାମ ସୁନ୍ଦର ବେହେରା,ସମ୍ପାଦକକାଳନ୍ଦୀ ବେହେରା, ମତ୍ସ୍ୟଜୀବୀ ନେତା ଭୀମସେନ ବେହେରା,ପ୍ରକାଶ ବେହେରା, ରତନ ବେହେରା, ବାବୁ ବେହେରା ସମେତଏହି ଘଟଣାକୁ ନିନ୍ଦା କରିଛନ୍ତି. ଏହି ବୈଠକରେ ଭୀମସେନ ବେହେରା,ରମ୍ଭା ଏନ ଏ ସି ଉପାଧ୍ୟାକ କାଳିଆ ତରେଇ, ଘନଶ୍ୟାମ ବେହେରା, ଅଜିତ ବେହେରା, ଦୁଲହଣା ବେହେରା, ବାସନ୍ତୀ ବେହେରା  ମହିଳା ଗୋଷ୍ଠୀ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଚିଲିକା କୂଳରେ ବୈଠକ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS