BREAKING
Loading...
:

ବିଧାୟକ ଙ୍କ ନିର୍ବାଚନ ମଣ୍ଡଳୀ ଅଚାନକ ଗସ୍ତ, ସ୍କୂଲ ଛାତ୍ର, ଛାତ୍ରୀ ଙ୍କ ସହ ମଧ୍ୟାନ୍ନ ଭୋଜନ !

 ବିଧାୟକ ଙ୍କ ନିର୍ବାଚନ ମଣ୍ଡଳୀ ଅଚାନକ ଗସ୍ତ, ସ୍କୂଲ ଛାତ୍ର, ଛାତ୍ରୀ ଙ୍କ ସହ ମଧ୍ୟାନ୍ନ ଭୋଜନ !




ବଲାଙ୍ଗୀର/ଟିଟିଲାଗଡ଼,ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ବିଜେପି ବିଧାୟକ ନବୀନ ଜୈନ ନିର୍ବାଚିତ ହୋଇ ଥିବା ବେଳେ ସରକାର ଙ୍କ ଶାସନ ବ୍ୟବସ୍ଥା ର କିଭଳି ରୂପାୟନ ହେଉଛି ସେ ନେଇ ଏକ ଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ! ଲୋକଙ୍କ ସମସ୍ୟାକୁ ହୃଦୟଙ୍ଗମ କରିବା ସହ ତାର ସ୍ଥାୟୀ ପ୍ରତିକାର ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ ପାଇଛି  । ଏହି ପରିପ୍ରେକ୍ଷୀରେ ସରକାରୀ ଯୋଜନାର କିଭଳି ରୂପାୟନ ହେଉଛି ତାହାର ତର୍ଜମା କରିବା ପାଇଁ ବିଧାୟକ ନବୀନ ଜୈନ ଗୁରୁବାର ଅପରାହ୍ନରେ ଗୁଲୁମୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ସେ ଛାତ୍ର, ଛାତ୍ରୀ ଙ୍କ ସହ ତଳେ ବସି  ମଧ୍ୟାହ୍ନ ଭୋଜନ ଖାଇଥିଲେ ଯାହାକି ତୁଣ୍ଡକୁ ଅରୁଚି କର ହୋଇଥିଲା  । ବିଧାୟକଙ୍କ ସହିତ ଉପଜିଲ୍ଲାପାଳ ରେହାନ୍ ଖତ୍ରି, ବିଇଓ ଆର୍ତ୍ତତ୍ରାଣ ରଥ, ଏବିଇଓ ଅଭିରାମ ମାଝୀ ଏବଂ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ଛାତ୍ର,ଛାତ୍ରୀଙ୍କ ପାଇଁ ପିଇବା ପାଣି ଠାରୁ ଆରମ୍ଭ କରି ପରିଷ୍କାର ପରିଚ୍ଛନ୍ନତା ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ  । ସରକାର ତ’ ସବୁ ଜିନିଷ ଯୋଗାଇଲେ ଏଭଳି ଅବ୍ୟବସ୍ଥା କଣ ପାଇଁ ବୋଲି ବିଧାୟକ ଉତକ୍ଷିପ୍ତ ହେବା ସହ ଏହିଭଳି ଅବ୍ୟବସ୍ଥା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  !

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS