BREAKING
Loading...
:

"ମଣିଭଦ୍ରା ଖବର"ର ମହାପ୍ରଭାବ, କର୍ତ୍ତବ୍ୟରେ ଅବହେଳା ପାଇଁ ଗୋଟିଏ ଦିନର ଦରମା ବନ୍ଦ କଲେ ବିଭାଗୀୟ ଅଧିକାରୀ

 "ମଣିଭଦ୍ରା ଖବର"ର ପ୍ରଭାବ, କର୍ତ୍ତବ୍ୟରେ ଅବହେଳା ପାଇଁ ଗୋଟିଏ ଦିନର ଦରମା ବନ୍ଦ କଲେ ବିଭାଗୀୟ ଅଧିକାରୀ 


ବାଙ୍କୀ (ମାନସ ରଞ୍ଜନ ସାହୁ) ବୈଦ୍ୟେଶ୍ୱର ପ୍ରାଥମିକ ଚିକିତ୍ସାଳରେ ଆୟୁଷ ଡାକ୍ତରାଣୀଙ୍କ କର୍ତ୍ତବ୍ୟରେ ଅବହେଳା ପାଇଁ ଗୋଟିଏ ଦିନ ଦରମା ବନ୍ଦକଲେ ବିଭାଗୀୟ ଅଧିକାରୀ ଅମରେଶ ସାହୁ । ଗତକାଲି ଡାକ୍ତର ସୁଜାତା ମହାପାତ୍ର କୈାଣସି ସୂଚନା ନଦେଇ ଛୁଟିରେ ରହିଥିଲେ । ଫଳରେ ଡ଼ାକ୍ତର ଖାନାକୁ ଆସିଥିବା ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏ ନେଇ କେବଳ "ମଣିଭଦ୍ରା ଖବର"ରେ ଖବର ପ୍ରକାଶିତ ହୋଇଥିଲା । ଖବର ପ୍ରକାଶ ହେବା ପରେ ପ୍ରଶାସନର ଚେତା ପଶିଥିଲା । ବିଭାଗୀୟ ଅଧିକାରୀ ଉକ୍ତ ଡାକ୍ତରଙ୍କର ଗୋଟିଏ ଦିନର ଦରମା ବନ୍ଦ କରିଥିବା ଆମ ପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରିଛନ୍ତି । 

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS