BREAKING
Loading...
:

ଅନୁଆରୀ ଆୟୁଷ୍ମାନ ସ୍ୱାସ୍ଥ୍ୟ ଆରୋଗ୍ୟ ଶିବିରରେ ଚିକିଶ୍ଚିତ ହେଲେ ୫୦ରୁ ଉର୍ଦ୍ଧ ରୋଗୀ

  ଅନୁଆରୀ ଆୟୁଷ୍ମାନ ସ୍ୱାସ୍ଥ୍ୟ ଆରୋଗ୍ୟ ଶିବିରରେ ଚିକିଶ୍ଚିତ ହେଲେ ୫୦ରୁ ଉର୍ଦ୍ଧ ରୋଗୀ 



ବାଙ୍କୀ (ମାନସ ରଞ୍ଜନ ସାହୁ) ବାଙ୍କୀ ବ୍ଲକ ସୁବର୍ଣ୍ଣପୁର ଗୋଷ୍ଠୀକେନ୍ଦ୍ର ଅନ୍ତର୍ଗତ ବୈଦ୍ୟେଶ୍ୱର ପ୍ରାଥମିକ ଚିକିତ୍ସାଳୟ ଅଧୀନରେ ଥିବା ଅନୁଆରୀ ସବ ସେଣ୍ଟରରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଥିଲା. ଏହାକୁ ବୈଦ୍ୟେଶ୍ୱର ଡାକ୍ତରଖାନାର ଆୟୁଷ ଡାକ୍ତର ସୁଜାତା ମହାପାତ୍ରଙ୍କ ତତ୍ବବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା.ସରକାର ଯୋଗାଇ ଦେଉଥିବା ଔଷଧ ସଟ ଏକ୍ସପାରୀ ନଦେଇ ଅଧିକ ଡେଟ ଥିବା ମେଡ଼ିସିନ ଯୋଗାଇଦେଲେ ଜନସାଧାରଣ ଉପକୃତ ହେବେବୋଲି ଡ଼ଃ ସୁଜାତା ମହାପାତ୍ର ଜଣାଇଛନ୍ତି.  ସି ଇଚ ଓ ସ୍ୱର୍ଣ୍ଣଲତା ବେହେରା, ଏ ଏନ ଏମ ମମତା ମଞ୍ଜରୀ ପ୍ରଧାନ ଙ୍କ ପରିଚାଳନା ରେ 50ରୁ ଉର୍ଦ୍ଧ ଜଣ ବ୍ୟକ୍ତି ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରିଥିଲେ.ଏଥିରେ ସବ ସେଣ୍ଟର ଅଧୀନରେ ଥିବା ସମସ୍ତ ଆଶା କର୍ମ୍ମୀ ଯୋଗଦେଇ ପରିଚାଳନା ରେ ସହଯୋଗ କରିଥିଲେ.

ବାଙ୍କୀ ରୁ ମାନସ ରଞ୍ଜନ ସାହୁଙ୍କ ରିପୋର୍ଟ....

Post a Comment

أحدث أقدم
Header ADS