BREAKING
Loading...
:

ରତାଗଡ଼ ପାଞ୍ଚୟତରେ ଡ଼ାଇରିଆ ଆତଙ୍କ. ଗାଁ ରେ ସ୍ୱାସ୍ଥ୍ୟ ବିଭାଗ ଟିମ

 ରତାଗଡ଼ ପାଞ୍ଚୟତରେ ଡ଼ାଇରିଆ ଆତଙ୍କ. ଗାଁ ରେ  ସ୍ୱାସ୍ଥ୍ୟ ବିଭାଗ ଟିମ 



ବାଙ୍କୀ,୩l୭(ମାନସ ରଞ୍ଜନ ସାହୁ ):ଦୂଷିତ ପାଣି ବ୍ୟବହାର କରି ଏବେ ଡ଼ାଇରିଆ ହୁ ହୁ ହୋଇ ବଢ଼ି ଚାଲିଛି କଟକ ବାଙ୍କୀ ରତାଗଡ଼ ପଂଚାୟତର ସହଙ୍ଗା ଗୋପାଳପୁର ଓ ଲୋଚନ ପୁର ଅଂଚଳରେ. ଏଠି ପ୍ରାୟ ୫ ଜଣ ରୁ ଉର୍ଦ୍ଧ ଝାଡା ବାନ୍ତି ରେ ଏବେବି ରହିଛନ୍ତି ଆକ୍ରାନ୍ତ. ସେପଟେ ଜଣଙ୍କ ର ମୃତ୍ୟୁ ହୋଇଥିବାର ଅଭିଯୋଗ. ଘଟଣା ସ୍ଥଳରେ ଡାକ୍ତରୀ ଟିମ ଅନ୍ୟପଟେ ମହିଳା ମହାସଂଘ ପକ୍ଷରୁ ଡ଼ାଇରିଆ ନିରାକରଣ ପାଇଁ ଚାଲିଛି ଜୋରଦାର ସଚେତନତା ରାଲି. . ଦୂଷିତ ପାଣି ବ୍ୟବହାର ଅଖାଦ୍ୟ ଖାଦ୍ୟ  ଖାଇବା  ଦ୍ୱାରା ଏଭଳି ଉପୁଜିଛି ଯାହା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଅମରେଶ ସାହୁ ଙ୍କ ପକ୍ଷରୁ ସୂଚନା. ଏଠାକାର ଜନସଂଖ୍ୟା ୬ ହଜାର. ଭୋଟର ସଂଖ୍ୟା ୪ ହଜାର ୮ ଶହ. ୱାର୍ଡ ସଂଖ୍ୟା ୧୨. ଏବେ ଏହି ପଂଚାୟତ ରେ ଲାଗି ରହିଛି ଝାଡା ବାନ୍ତି. .ଏହାର ମୁଖ୍ୟ କାରଣ ରହିଛି ପଂଚାୟତ ର ଅଧିବାସୀ କୁଆଡେ ବ୍ୟବହାର କରୁଥିବା ପାଣି ଦୂଷିତ. ବିଶେଷ କରି ସହଙ୍ଗା ଗୋପାଳପୁର ଓ ଲୋଚନପୁର ଅଂଚଳ ର ଅଧିବାସୀ ଝାଡା ବାନ୍ତି ରେ ହେଉଛନ୍ତି ଆକ୍ରାନ୍ତ. କିଏ ବାଙ୍କୀ ମୁଖ୍ୟ ଚିକିତ୍ସାଳୟ ରେ ଚିକତ୍ସାତିତ ହୋଇ ଘରକୁ ଫେରି ଘରୋଇ ଚିକିତ୍ସା ରେ ରହିଛନ୍ତି ତ ଆଉ କିଏ ତିଗିରିଆ ମେଡିକାଲ ସହିତ ସୁବର୍ଣ୍ଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଛନ୍ତି.ଗାଁ ରେ ଏବେବି ଡ଼ାଇରିଆ କୁ ନେଇ ଖେଳି ଯାଇଛି କୋକୁଆ ଭୟ. ରତାଗଡ଼ (ଗୋବିନ୍ଦପୁର )ପଂଚାୟତ ରେ ଝାଡା ବାନ୍ତି ର ଆକ୍ରାନ୍ତ ଖବର ପାଇ ଗାଁ ରେ ପହଂଚିଛନ୍ତି ଡାକ୍ତରୀ ଟିମ. ଘର ଘର ବୁଲି ଚି଼ହ୍ନଟ କରୁଛନ୍ତି ରୋଗୀ. ଲୋକଙ୍କୁ କରାଉଛନ୍ତି ସଚେତନ. ଅଦ୍ୟାବଧି ଝାଡା ବାନ୍ତି ରେ କିଛିଟା ଲୋକେ ଆକ୍ରାନ୍ତ ରହିଛନ୍ତି ଏହାର ମୁଖ୍ୟ କାରଣ ଦୂଷିତ ପାଣି ଓ ଅଶ୍ୱାସ୍ଥ୍ୟକର ଖାଦ୍ୟ ରୁ ହିଁ ବ୍ୟାପିଥାଏ. ଏବେ ପାଣି ପରୀକ୍ଷା ପାଇଁ ପଠାଇ ଦିଆଯାଇଛି. ସ୍ଥିତି ରହିଛି ନିୟନ୍ତ୍ରଣଧୀନ ବୋଲି ଗଣମାଧ୍ୟମ ରେ ନିଜର ପ୍ରତିକ୍ରିୟା ରଖିଛନ୍ତି.ମେଡିକାଲ ଅଫିସର ଅମରେଶ ସାହୁ .ସେପଟେ ମହିଳା ମହାସଂଘ ଓ ଅଙ୍ଗନବାଡି ଆଶା ଓ ସ୍ୱାସ୍ଥ୍ୟ କର୍ମୀ ଙ୍କ ପକ୍ଷରୁ ଡ଼ାଇରିଆ ନିରାକରଣ ପାଇଁ ଚାଲିଛି ଘର ଘର ବୁଲି ସଚେତନତା କାର୍ଯ୍ୟକ୍ରମ.  ପ୍ରତ୍ୟକ ଟି ବ୍ୟକ୍ତି ପାଣି ଫୁଟାଇବା ହାତଧୋଇବା ଓ ହଲୋଜିନ ବଟିକା ବ୍ୟବହାର କରିବା. ସ୍ୱାସ୍ଥ୍ୟ ହିଁ ସଂପଦ ନିଜ ସ୍ୱାସ୍ଥ୍ୟ ର ଯତ୍ନ ନିଜେ ନେବା ସହିତ ଡ଼ାଇରିଆକୁ ଲଗାମ ଦେବାକୁ ହେଲେ ସ୍ୱାସ୍ଥ୍ୟ ବିଭାଗ ର ବାର୍ତା କୁ ମାନିବା ଅନ୍ୟପଟେ ଅଖାଦ୍ୟ ଓ ଦୂଷିତ ପାଣି ରୁ ଦୁରେଇ ରହିବା ସହିତ ଫୁଟା ପାଣି ବ୍ୟବହାର ହୋଇପଡିଛି ଜରୁରୀ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS