BREAKING
Loading...
:

ରାହୁଲ୍ ଗାନ୍ଧୀ ଙ୍କ ଆସନ୍ତା ୧୧:୦୭:୨୫ ଓଡ଼ିଶା ଗସ୍ତ ନିମନ୍ତେ ଗଞ୍ଜାମ ଜିଲ୍ଲା କଂଗ୍ରେସ (ପୂର୍ବ ) ଷ୍ଟିୟରିଂ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ |*

 *ରାହୁଲ୍ ଗାନ୍ଧୀ ଙ୍କ ଆସନ୍ତା ୧୧:୦୭:୨୫ ଓଡ଼ିଶା ଗସ୍ତ ନିମନ୍ତେ  ଗଞ୍ଜାମ ଜିଲ୍ଲା କଂଗ୍ରେସ (ପୂର୍ବ ) ଷ୍ଟିୟରିଂ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ |



*ବ୍ରହ୍ମପୁର (ମଣିଭଦ୍ରା ଖବର) ଆସନ୍ତା ଜୁଲାଇ ୧୧ ତାରିଖ ଭୁନେଶ୍ବରସ୍ଥିତ ବରମୁଣ୍ଡା ପଡ଼ିଆରେ ରାହୁଲ୍ ଗାନ୍ଧୀଙ୍କ ବିରାଟ ବଡ଼ ସମ୍ବିଧାନ ବଞ୍ଚାଅ ସାଧାରଣସଭା ଅନୁଷ୍ଠିତ ହେବାକୁ ଯାଉଛି | ଏହି ପରିପ୍ରେକ୍ଷିରେ ପିସିସି ପକ୍ଷରୁ ସାରା ରାଜ୍ୟରେ କଂଗ୍ରେସ କର୍ମୀଙ୍କ ମହଲରେ ଉତ୍ସାହ ଆଣିବାପାଇଁ ଓଡ଼ିଶାର ସାରା ଜିଲ୍ଲାରେ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଯାଇଛି । ତେବେ ଏହି ପରିପ୍ରେକ୍ଷିରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର କଂଗ୍ରେସ କାର୍ଯ୍ୟାଳୟରେ ପିସିସିରୁ ଆସିଥିବା  ଜିଲ୍ଲା ପ୍ରଭାରୀ ଲଲାଟେନ୍ଦୁ ମହାପାତ୍ର , ପିସିସି ସଂପାଦକ ତୁଲେଶ୍ବର ନୟକ ଏବଂ ରାଜ୍ୟ ମିଡିଆ ସେଲ ସଂଯୋଜକ ପ୍ରଶାନ୍ତ ଶତପଥୀଙ୍କ ଦିଗଦର୍ଶନରେ ଜିଲ୍ଲାର ସମସ୍ତ କର୍ମୀଙ୍କୁ ନେଇକି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଆସିଥିବା ନେତୃତ୍ୱ କାରୀଙ୍କୁ ସଂଖ୍ୟାଧିକ ଲୋକନେବା ପାଇଁ ଦାୟିତ୍ଵ ବଣ୍ଟନ କରାଯାଇଥିଲା | ଏହି ବୈଠକ ରେ ଜିଲ୍ଲା ସଂଯୋଜକ ତ୍ରିନାଥ ବେହେରା, ସହ-ସଂଯୋଜକ ରଶ୍ମି ରଞ୍ଜନ ପଟ୍ଟନାୟକ, ଦିଗପହଣ୍ଡି ବିଧାୟକ ପ୍ରାଥି ଶାକା ସୁଜିତ୍, ଗୋପାଳପୁର ବିଧାୟକ ପ୍ରାର୍ଥୀ ଶ୍ୟାମସୁନ୍ଦର , ଛତ୍ରପୁର ବିଧାୟକ ପ୍ରାଥି ଭାଗିରଥି ବେହେରା, ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବିକାଶ ନାୟକ, ମହିଳା କଂଗ୍ରେସ ସଭାପତି ବନଜା ପଣ୍ଡା, କୃଷକ ନେତା ବୃନ୍ଦାବନ ଖୋଟାଇ, ସେବାଦଳର କିଶୋର କପୁର୍ ଏବଂ ଜିଲ୍ଲାର ବିଭିନ୍ନ ନେତୃବର୍ଗ ଉପସ୍ଥିତ ଥିଲେ |

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS