BREAKING
Loading...
:

ଶ୍ରୀ ଜଗନ୍ନାଥ ଚେତନା ପୁସ୍ତକ `ସମର୍ପଣ´ ଉନ୍ମୋଚିତ

 ଶ୍ରୀ ଜଗନ୍ନାଥ ଚେତନା ପୁସ୍ତକ `ସମର୍ପଣ´ ଉନ୍ମୋଚିତ    

                   


ରାଇରଙ୍ଗପୁର (ମଣିଭଦ୍ରା ଖବର) ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ଠାରେ ପବିତ୍ର ରଥଯାତ୍ରାର ଅବସରରେ ସ୍ଥାନୀୟ ଦୁର୍ଗାମଣ୍ଡପ ଛକ  ଭଜନ ସଂନ୍ଧ୍ଯା ମଞ୍ଚରେ ଅଗ୍ରଣୀ ଶ୍ରୀ ଜଗନ୍ନାଥ ଚେତନା ଓ ସେବା ସଂଘ ଆନୁକୂଲ୍ଯରେ ସଭାପତି ଲଳିତ ମହାନ୍ତଙ୍କ ସଭାପତିତ୍ବରେ `ସମର୍ପଣ´ ପୁସ୍ତକ ଉନ୍ମୋଚିତ ହୋଇଯାଇଛି l ଏଥିରେ ମୁଖ୍ଯ ଅତିଥି ଭାବେ ମୟୂରଭଞ୍ଜ ସାଂସଦ ତଥା ରଥ କମିଟୀ ଅଧ୍ଯକ୍ଷ  ନବଚରଣ ମାଝୀ, ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାୟକ ଯୋଗ ଦେଇ ଜଗନ୍ନାଥ ସଂସ୍କୃତର କଥାକୁ ଏହି ପୁସ୍ତିକା ମାଧ୍ୟମରେ ଭକ୍ତ ଗଣ ନିଜର ଭାବକୁ ପ୍ରକାଶ କରପାରିଛନ୍ତି I ଏଥିରେ ବାମନଘାଟି ଉପ ଜିଲ୍ଲା ପାଳ ସୌମ୍ୟ ରଞ୍ଜନ ପ୍ରଧାନ, ଉପଖଣ୍ଡ ଆରକ୍ଷୀ  ଅଧିକାରୀ ଗୋକୁଳାନନ୍ଦ ସାହୁ, ବରିଷ୍ଠ ନାଗରିକ ସଙ୍ଘର ସଭାପତି ରସାନନ୍ଦ ଲେଙ୍କା, ସମାଜସେବୀ ନବୀନ ରାମ,ଶ୍ରୀ ଜଗନ୍ନାଥ ଚେତନା ଓ ସେବାସଂଘର  ସଂପାଦକ ସଚିକାନ୍ତ କର, ସହ ସମ୍ପାଦକ ସ୍ମୃତି ରଞ୍ଜନ ପାଣି, ସଂଗଠନ  ସଂପାଦକ ନିଗମାନନ୍ଦ ପଟ୍ଟନାୟକ, `ସମର୍ପଣ' ପୁସ୍ତକର ମୁଖ୍ଯ ସଂପାଦକ ପୁଷ୍ପାଞ୍ଜଳି ତ୍ରିପାଠୀ, ଉପ ସଭାପତି  ଦୁଷ୍ମନ୍ତ କୁମାର ବସା, ବରିଷ୍ଠ ସାମ୍ବାଦିକ ସୌରଭ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଉଦଘାଟନ କରିଥିଲେ Iମୁଖ୍ଯ ଅତିଥି ସାଂସଦ ଶ୍ରୀଯୁକ୍ତ ମାଝୀ ଓ ସମ୍ମାନିତ ଅତିଥି ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଓ ଶ୍ରୀ  ଜଗନ୍ନାଥ ଚେତନା ସମ୍ବଳିତ ପୁସ୍ତକ `ସମର୍ପଣ´ ଉପରେ ସମ୍ଯକ ବକ୍ତବ୍ଯ ପ୍ରଦାନ କରିଥିଲେ l ଏଥିରେ ମୟୂରଭଞ୍ଜ ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ତଥା ପତ୍ରିକାର ସହ ସମ୍ପାଦକ ସ୍ମୁତିରଂଜନ ପାଣି ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ସୌରଭ ପଟ୍ଟନାୟକ ଧନ୍ଯବାଦ ଅର୍ପଣ କରିଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS