ରାୟଗଡ଼ା ଟେଲେଣ୍ଟ ଆୱାର୍ଡ଼ ସିଜନ୍ ଦୁଇ ୨୦୨୫ ପାଇଁ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ରାୟଗଡ଼ା -ରାୟଗଡ଼ାର ସାଇ ପ୍ରିୟା ନଗର ଦ୍ୱିତୀୟ ଲାଇନ୍ ମିନି ପାର୍କ ଠାରେ ରାୟଗଡ଼ା ଟେଲେଣ୍ଟ ଆୱାର୍ଡ଼ ସିଜନ୍ ଦୁଇ ୨୦୨୫ ପାଇଁ ପୁର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଥର ପାଇଁ ଏହା ବିଗତ ବର୍ଷ ଅଗଷ୍ଟ ୪ ତାରିଖ ୨୦୨୪ ରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା ଚଳିତ ବର୍ଷ ମଧ୍ଯ ଏହା ମା ମଝିଘରିଆଣୀ ଏଣ୍ଟରଟେନମେଣ୍ଟ ଟ୍ରଷ୍ଟ ପକ୍ଷରୁ ରାୟଗଡ଼ା ଜିଲ୍ଲା କଳାକାର ମହସଂଘ ଓ ପି ଡି ସି ଗ୍ରାଫୀ ସହଯୋଗରେ
ଜୁଲାଇ ମାସ ୨୦ ତାରିଖ ଦିନ ୧୦ ଟା ସମୟରେ ରାୟଗଡ଼ାର ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିଅମ୍ ଠାରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ସୁଚନା ପ୍ରଦାନ କରିଛନ୍ତି। ଏଥିରେ ବିଭିନ୍ନ କ୍ଷେତ୍ରରେ ସମାଜରେ ଉଲ୍ଲେଖନୀୟ ଅବଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମାନ ପତ୍ର ପ୍ରଦାନ ସହ ଜିଲ୍ଳାର ବିଭିନ୍ନ ସ୍ତରର ଯୋଗ୍ୟ କଳାକାର ମାନଙ୍କୁ ପୁରସ୍କୃତ କରାଯିବ। ଜିଲ୍ଲାର କଳାକାର ମାନଙ୍କୁ ଉଚ୍ସାହିତ ଓ ପ୍ରସ୍ଚାହିତ କରିବା ସହ ଆଞ୍ଚଳିକ ଭାଷା କଳା ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ଏହି କାର୍ଯ୍ୟକ୍ରମ କରାଯିବାର ମୂଖ୍ୟ ଉଦ୍ଧେଶ୍ୟ ବୋଲି ମା ମଝିଘରିଆଣୀ ଏଣ୍ଟରଟେନମେଣ୍ଟ ଟ୍ରଷ୍ଟ ର ମେନେଜିଂ ଟ୍ରଷ୍ଟି ତଥା ରାୟଗଡ଼ା ଜିଲ୍ଲା କଳାକାର ମହାସଂଘର ସଭାପତି ସନ୍ତୋଷ କୁମାର ବଛା ଜଣାଇଛନ୍ତି। ଆବେଦନ କାରୀ କଳାକାର ରାୟଗଡ଼ା ଜିଲ୍ଳାର ହୋଇଥିବା ଆବଶ୍ୟକ ଏଵଂ ସେ mmet.org.in ୱେବ୍ ସାଇଟ୍ ମାଧ୍ୟମରେ ଆବେଦନ କରି ପାରିବେ ଏଥିପାଇଁ ଶେଷ ତାରିଖ ଜୁଲାଇ ୧୨ ତାରିଖ ରହିଛି ତେଣୁ ଜିଲ୍ଲାର ବିଭିନ୍ନ ଅଞ୍ଚଳର କଳାକାର ଏକତ୍ର ହୋଇ ଏକ ପୁର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ଟ୍ରଷ୍ଟ ମେନେଜିଙ୍ଗ ସନ୍ତୋଷ କୁମାର ବଛା ଙ୍କ ସମେତ ସୁପରିଚିତ ଜଣାଶୁଣା କଳାକାର ପ୍ରଭାକର ମିଶ୍ର, ସୁନାମଧନ୍ୟ ଅଭିନେତା ଜି ମହେଶ ରାଓ ରାୟଗଡ଼ା ଜିଲ୍ଲା କଳାକାର ମହାସଂଘର ଉପ ସଭାପତି ଗୁପ୍ତେଶ୍ୱର ସିକା, ସମ୍ପାଦିକା ପ୍ରିୟଦର୍ଶିନୀ ହୁଇକା, କୋଷାଧ୍ୟକ୍ଷ ମାନସୀ ମେଲାକା , ଜଣାଶୁଣା କଳାକାର ମୁନା ହିମରିକା, କାଉନସିଲର ପି ରୋଜା, ବରିଷ୍ଟ କଳାକାର ଇ ଗୌରୀ ଶଙ୍କର ରାଓ, ଆର ରାଜୁ ରାଓ, ଦେବୀ ପ୍ରସାଦ, ଚିରେଞ୍ଜିବି ବେହେରା, ଜି ଦେବ ରାଜ, ଦୀପକ ରଞ୍ଜନ ମିଶ୍ର , ଅଖିଲ କନ୍ଧ ପାଣି , ଗୁଲସନ୍ କୁମାର୍, ରୋମୀୟ ବିଜେ, ବନି କିରନ, ଅଭିଷେକ ବେନିଆ , ଶିବ ଶଙ୍କର ପାଣି, ରାଜୁ ସିଂ, ଦେବ ଖୋସଲା, ନିରାକାର ନାଏକ, କାର୍ତ୍ତିକ, ରାଜା, ମଣ୍ଟୁ, ମୌକ୍ତିକା ଜେ ଡି ଆର୍, ବିକାଶ ଗାଣ୍ଟା ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق